ଓଡିଶା

ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟ ସିଲ କରିବାକୁ ପହଞ୍ଚିଲା ବିଏମସି

ଭୁବନେଶ୍ୱର/ସରୋଜ ରାଉତ: ବାରମ୍ବାର କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ବିରୋଧରେ ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆଜି ସାଂସଦଙ୍କ ପଳାଶପଲ୍ଲୀ ଏ-୫୬ରେ ଥିବା କାର୍ଯ୍ୟାଳୟକୁ ସିଲ କରିବାକୁ ବିଏମସି ଦେଇଛି ନିର୍ଦ୍ଦେଶ । ବିଏମସି ଦର୍ଶାଇଛି, ପୂର୍ବରୁ ସ।।ଂସଦ କୋଭିଡ ନିୟମ ଉଲ୍ଲଙ୍ଘନ କରିବାକୁ ନେଇ ଏକାଧିକ ନୋଟିସ ହୋଇଛି । କିନ୍ତୁ ନୋଟିସକୁ ବେଖାତିର କରି ସାଂସଦ କୋଭିଡ ନିୟମର ବାରମ୍ବାର ଉଲ୍ଲଙ୍ଘନ କରି ଚାଲିଛନ୍ତି ।
ଗତ ଗୁରୁବାର ସାଂସଦଙ୍କ ଜନ୍ମ ଦିନ ଏହି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ଗହଣରେ ପାଳନ କରାଯାଇଥିଲା । ଜନ୍ମଦିନର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ସୋସିଆଲ ଗଣମାଧ୍ୟମରେ । ଭିଡିଓରେ ସମର୍ଥକ ତଥା ନିଜେ ସାଂସଦ ମାସ୍କ ପରିଧାନ କରି ନ ଥିଲେ କି ସେଠାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ନ ଥିଲା । ଏହାକୁ ନେଇ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇବା ସହ ତାଙ୍କ ସାଂସଦଙ୍କୁ ତାଗିଦ କରିବାକୁ ଅନୁନୋଧ କରିଥିଲେ ।

Related posts

ଦ୍ରୁତଗତିରେ ବାଇକ୍ ଚଳାଇ ଯୁବକ ମୃତ

mahabharatanews

ମା’ ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଶେଷ, ହୁଣ୍ଡିରୁ ବାହାରିଲା କୋଟିଏ ଟଙ୍କା

mahabharatanews

ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews