Uncategorized

ଜନସନ ଆଣ୍ଡ ଜନସନର  କରୋନା ଟୀକା ପରୀକ୍ଷଣ ବନ୍ଦ 

ୱାସିଂଟନ: ଆମେରିକାରେ ଜନସନ ଆଣ୍ଡ ଜନସନ ତାର କରୋନା ଟୀକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ବନ୍ଦ କରିଛି । ଏହି ଟୀକାର ପରୀକ୍ଷଣ ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଅସୁସ୍ଥ ହୋଇପଡିଲେ । ଫଳରେ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ରୋକିବା ପାଇଁ ନିଷ୍ପତ୍ତି କରାଗଲା। ସେପ୍ଟେମ୍ବର ମାସର ଶେଷ ଭାଗରେ ଆରମ୍ଭ ହୋଇଥିବା
ଏହି ପରୀକ୍ଷଣ ପାଇଁ ପ୍ରାୟ ୬୦ ହଜାର ସ୍ୱେଚ୍ଛାସେବୀ ଆବେଦନ କରିଥିଲେ । ପରୀକ୍ଷଣ ବନ୍ଦ କରାଯିବା ସହିତ ଅନଲାଇନ ଆବେଦନ ପାଇଁ ରହିଥିବା ପ୍ରାୟ ୨୦୦ରୁ ଅଧିକ ୱେବସାଇଟକୁ ବନ୍ଦ ରଖାଯାଇଛି । କମ୍ପାନୀ ଆମେରିକା ବ୍ୟତୀତ ଆର୍ଜେଣ୍ଟିନା, ବ୍ରାଜିଲ, ଚିଲି, କଲମ୍ବିଆ, ମେକ୍ସିକୋ, ପେରୁ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ଟୀକାର ପରୀକ୍ଷଣ କରୁଥିଲା ।

Related posts

ନିର୍ମାଣାଧୀନ ଏକ ବିମାନ ବନ୍ଦରରୁ ୩୫ ହଜାର ବର୍ଷ ତଳର ମାମାଥ କଙ୍କାଳ ଉଦ୍ଧାର

mahabharatanews

ଏହିସବୁ ଉପାୟରେ ଦୂର କରନ୍ତୁ ଅଶୁଭ ଗ୍ରହର ପ୍ରଭାବ

mahabharatanews

ନେୟଭେଲି ବଏଲର ବିସ୍ଫୋରଣରେ ୬ ମୃତ, ୧୭ ଗୁରୁତର

mahabharatanews