ଅପରାଧ

୩ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

କୋରାପୁଟ: ଜୟପୁର ପୁଲିସକୁ ମିଳିଛି ଏକ ବଡ ଧରଣର ସଫଳତା । ଗଞ୍ଜେଇ ଚୋରାଚାଲାଣ ବେଳେ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଜୟପୁର ପୁଲିସକୁ ଗଞ୍ଜେଇ ଚାଲାଣର ସୂଚନା ମିଳିଥିଲା । ଏହାପରେ ପୋଲିସ ଟିମ୍ ଚଢାଉ କରି ପ୍ରାୟ ୩୧୦ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୧.୫ ଲକ୍ଷ ଟଙ୍କା ସହ ଗୋଟିଏ କାର୍, ୨ଟି ବାଇକ୍, ୫ଟି ମୋବାଇଲ ଫୋନ୍ ଜବତ ହୋଇଛି ।

Related posts

ଏକତରଫା ପ୍ରେମରେ ବିଫଳ ହେବାରୁ ନାବାଳିକାର ବାପାଙ୍କୁ ଯୁବକ କଲା ଛୁରାମାଡ଼

mahabharatanews

ଅବକାରୀ ବିଭାଗର ଚଢାଉ, ୪୬୦ ଲିଟର ଦେଶୀ ମଦ ଜବତ

mahabharatanews

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews