Uncategorized

କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ମାଗିଲେ ଆରୋଗ୍ୟ ସେତୁ ସଂକ୍ରାନ୍ତ ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣଜନିତ ସୂଚନା ପ୍ରଦାନ ଓ ସଚେତନତା କ୍ଷେତ୍ରରେ ଭାରତର ଆରୋଗ୍ୟ ସେତୁ ବେଶ ସହାୟକ ହୋଇଥିଲା । କିନ୍ତୁ ଏହି ଆପର ପ୍ରସ୍ତୁତକର୍ତ୍ତାଙ୍କ ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରଣାଳୟ ନିକଟରେ କୌଣସି ତଥ୍ୟ ନାହିଁ। ଏ ନେଇ ବୁଧବାର ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କେନ୍ଦ୍ର ସୂଚନା କମିସନ୍ । ‘ନ୍ୟାସନାଲ୍‌ ଇନ୍‌ଫ‌‌ର୍ମେଟିକ୍ସ ସେଣ୍ଟର’ ଓ ସୂଚନା-ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଘରୋଇ ସହାୟତାରେ ଏହି ଆପ୍‌ ବିକଶିତ ହୋଇଛି ବୋଲି ପୂର୍ବରୁ ସରକାରୀ ଭାବେ କୁହାଯାଇଥିଲା । ଆରୋଗ୍ୟ ସେତୁ ୱେବ୍‌ସାଇଟ୍‌ରେ ମଧ୍ୟ ଏହା ସୂଚିତ ହୋଇଛି। ଏହା ସତ୍ତ୍ବେ ସୌରଭ ଦାସଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ଆସିଥିବା ଏକ ଅନୁସନ୍ଧାନର ଉତ୍ତରରେ ଉଭୟ ସରକାରୀ ପ୍ରସ୍ତୁତକର୍ତ୍ତା ଏହାକୁ ଅସ୍ବୀକାର କରିଛନ୍ତି। ଏଥିଯୋଗୁଁ ଉକ୍ତ ଆପ୍‌ର ପ୍ରସ୍ତୁତକର୍ତ୍ତା ବାସ୍ତବରେ କିଏ ବୋଲି ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି ସୂଚନା କମିସନ୍। କର୍ତ୍ତୃପକ୍ଷଙ୍କ ଉତ୍ତର ଗ୍ରହଣୀୟ ହୋଇ ନ ଥିବାରୁ ବାସ୍ତବ ତଥ୍ୟ ଓ ଏ ସଂକ୍ରାନ୍ତୀୟ ଫାଇଲ୍‌ ମାଇଥିଲା । ଏଥିସହିତ ନଭେମ୍ବର ୨୪ରେ ହାଜର ହେବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

Related posts

ବଢିଲା ଗାଡ଼ି କାଗଜ ପତ୍ର ବୈଧ ଅବଧି

mahabharatanews

ଶରଜିଲ ଇମାମ ସମର୍ଥନରେ ସ୍ଲୋଗାନ, ୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

mahabharatanews

୬ ବର୍ଷରେ ୨୮୩୮ ପାକିସ୍ତାନୀଙ୍କୁ ମିଳିଛି ଭାରତୀୟ ନାଗରିକତା

mahabharatanews