ଓଡିଶା

ରାଜଧାନୀର ରାସ୍ତା ନେବ ନୂଆ ରୂପ

ଭୁବନେଶ୍ବର: ରାଜଧାନୀର ୯ଟି ପ୍ରମୁଖ ରାସ୍ତାକୁ ନୂଆ ଓ ସୁରକ୍ଷିତ କରିବାକୁ ହୋଇଛି ଯୋଜନା । ଏହି ଯୋଜନାକୁ ସାକାର ରୂପ ଦେବେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ (ବିଏସସିଏଲ୍‌) ଓ ପୂର୍ତ୍ତ ବିଭାଗ ମିଳିତ ଭାବେ । ସିଟିଜ୍‌ ଯୋଜନାରେ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବିଭିନ୍ନ ରାସ୍ତାର ନବକଳେବର କରାଯିବ। ଗାଡ଼ିମୋଟର ଚଳାଚଳ ପାଇଁ ଉଦ୍ଦିଷ୍ଟ ଲେନ ବ୍ୟତୀତ ରାସ୍ତା ଗଡରେ ଥିôବା ଖାଲି ଜାଗାକୁ ପଥଚାରୀ ଓ ସାଇକେଲ ଚାଳକଙ୍କ ପାଇଁ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏହି ଯୋଜନାରେ ରାଜଧାନୀର ୯ଟି ପ୍ରମୁଖ ରାସ୍ତାର ମୋଟ ୧୬.୬ କିଲୋମିଟର ଅଂଶକୁ ଉନ୍ନତିକରଣ କରାଯିବ। ସଚିବାଳୟ ମାର୍ଗର ୪.୭୦ କିମି, ଏକାମ୍ର ମାର୍ଗର ୨.୭୧ କିମି, ବାୟାବାବା ମଠ ମାର୍ଗର ୧.୭୪ କିମି, ବିଦ୍ୟୁତ୍‌ ମାର୍ଗ ୨.୯୫ କିମି, ରାଜପଥର ୯୪ ମିଟର, ମହାତ୍ମା ଗାନ୍ଧି ମାର୍ଗର ୯୦ ମିଟର, ଗୋପବନ୍ଧୁ ମାର୍ଗ ଓ ମଧୁସୂଦନ ମାର୍ଗର ୮୯ ମିଟର ଲେଖା, ଉଦ୍ୟାନ ମାର୍ଗର ୯୧ ମିଟର ରାସ୍ତାକୁ ନୂଆ ରୂପ ଦିଆଯିବ ।
ତେବେ ଏହି ନବକବେଳରେ ଗଛ କଟାଯିବ ନାହିଁ । ବରଂ ଏହି ରାସ୍ତାରେ ନୂଆ ସବୁଜିମା ସୃଷ୍ଟି କରାଯିବ। ଖାଲି ସ୍ଥାନ ସୃଷ୍ଟି କରାଯିବ, ଯାହାକୁ ସବୁଜିମାରେ ସଜାଯିବ। ଯେଉଁଠି ଖାଲି ସ୍ଥାନ ଅଛି, ତାହାକୁ ବିକଶିତ କରାଯିବ। ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରାକ୍‌କୁ ଏଭଳି ରୂପ ଦିଆଯିବ, ଯେପରି ଚାଲିବାକୁ ଲୋକେ ପସନ୍ଦ କରିବେ । ଅତ୍ୟାଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗରେ ଏହିସବୁ କରାଯିବ । ଏଥିନେଇ ଖୁବଶୀଘ୍ର ବିଏସସିଏଲ୍‌ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ ।

Related posts

୧୧୦ କେଜିର ବିଶାଳ ମାଛ

mahabharatanews

ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା

mahabharatanews

ଟ୍ରକ-ଡମ୍ପର ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

mahabharatanews