ଓଡିଶା

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। PUC ସାର୍ଟିଫିକେଟ କାର୍ଯ୍ୟକାରୀ କରିବାରେ ବିଜେପି ସରକାରଙ୍କର ପରିଚାଳନା ଘୋର ବିଫଳ। ବାରମ୍ବାର ନୀତିଗତ ତ୍ରୁଟି ଯୋଗୁ ଓଡ଼ିଶାର ସାଧାରଣ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ଘୋଷଣା କଲେ ଜାନୁଆରୀ 1 ରୁ   “No PUC, No fuel। ହଠାତ୍ ଘୋଷଣା ଯୋଗୁ ରାଜ୍ୟ ସାରା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ି ସହିତ ଲୋକେ ଦହଗଞ୍ଜ ହୋଇଥିଲେ। ଭିତ୍ତିଭୂମି ନଥିବାରୁ ଲୋକେ ହଇରାଣ ହେଲେ।

ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ, ସରକାର ଅନେକ ଥର ୟୁ-ଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମେ ଫେବୃଆରୀ 1କୁ କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିଲେ। ପରେ ମାର୍ଚ୍ଚ 31କୁ ଏବଂ ଏବେ ଟୋଲ ଗେଟ୍ ରେ  ଇ-ଡିଟେକ୍ସନ୍ ବନ୍ଦ କରିବା ସହିତ ଏପ୍ରିଲ 1 ପର୍ଯ୍ୟନ୍ତ କୌଣସି ଜରିମାନା ଲାଗୁ ହେବ ନାହିଁ ଘୋଷଣା କରିଛନ୍ତି। ବାରମ୍ବାର ପରିବର୍ତ୍ତନ ପରିବହନ ବିଭାଗର ସମ୍ପୂର୍ଣ୍ଣ ବିଫଳତାକୁ ପଦାରେ ପକାଇଛି। ଯାନବାହାନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ, ଏଥିପାଇଁ ଲୋକଙ୍କୁ ହଇରାଣ କରାଯାଇ ପାରିବ ନାହିଁ। ବିଜୁ ଜନତା ଦଳ ଲୋକଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି। ଏହି ଭୁଲ ପରିଚାଳନା ବିରୁଦ୍ଧରେ ବିଜେଡି ପ୍ରତିବାଦରେ ସ୍ୱର ଶାଣିତ କରିଛି। PUC ପରୀକ୍ଷା ଭିତ୍ତିଭୂମି ତୁରନ୍ତ ବୃଦ୍ଧି କରାଯାଉ, ପ୍ରକ୍ରିୟାକୁ ସରଳ କରାଯାଉ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦାବି କରିଛନ୍ତି।

Related posts

ସମୀରଙ୍କ ଚିକିତ୍ସା ପାଇଁ ବିଧାୟକଙ୍କ  ପ୍ରତିଶ୍ରୁତି 

mahabharatanews

ଧରାପଡ଼ିଲା ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର

mahabharatanews

ଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତର

mahabharatanews