ଅପରାଧ

 ୪ ଇରାନୀ ନାଗରିକ ଗିରଫ

ତିରୁବନନ୍ତପୁରମ: କେରଳର ଏକ ଡକାୟତି ଘଟଣାରେ କେରଳ ପୁଲିସ ୪ ଜଣ ଇରାନୀ ନାଗରିକଙ୍କୁ ଗିରଫ କରିଛି । ସମସ୍ତ ଚାରି ଜଣଙ୍କୁ ଏକ ଘରୋଇ ହୋଟେଲରୁ ଗିରଫ କରାଯାଇଛି । ଗତ ବୁଧବାର ଦିନ ଚେରଥାଲା ଅଞ୍ଚଳରୁ ଏହି ଡକାୟତି ହୋଇଥିଲା । ୪ ଅଭିଯୁକ୍ତ ହେଲେ ଡାଉଦ, ମୋହସିନ, ମାଜିଦ ଓ ଏନୋଲା । ଚେରଥାଲାରେ ଥିବା ଏକ ଫାଇନାନ୍ସ କମ୍ପାନୀରୁ ଏହି ଇରାନୀ ଗ୍ୟାଙ୍ଗ ଡକାୟତିି କରିଥିବା ଅଭିଯୋଗ ହୋଇଥିଲା ।
ପୁଲିସକୁ ଏହି ୪ ଅଭିଯୁକ୍ତଙ୍କ ସମ୍ପର୍କରେ ହୋଟେଲ ପରିଚାଳକଙ୍କଠାରୁ ଅଭିଯୋଗ ହୋଇଥିଲା । ଏମାନଙ୍କ ମଧ୍ୟରୁ ୨ ବିଦେଶୀ ନାଗରିକଙ୍କ ଭିସା ଅବଧି ଶେଷ ହୋଇଥିବାରୁ ସେମାନଙ୍କ ଉପରେ ହୋଟେଲ କର୍ତ୍ତୃପକ୍ଷଙ୍କର ସନ୍ଦେହ ହୋଇଥିଲା । ପ୍ରାଥମିକ ତଦନ୍ତରେ ପୁଲିସ ସେମାନଙ୍କ ଅପରାଧିକ ଲିଙ୍କକୁ ନେଇ ପଚରାଉଚରା କରିଥିଲା । ପରେ ପୁଲିସ ଜାଣିବାକୁ ପାଇଥିଲା କି ଏମାନେ ଚେରଥାଲାର ଫାଇନାନ୍ସ କମ୍ପାନୀରୁ ଡକାୟତି କରିଥିଲେ ।
ପୁଲିସ ତଦନ୍ତରେ ଆହୁରି ଜାଣିବାକୁ ପାଇଥିଲା କି, ଦେଶ ବ୍ୟାପୀ ଚୋରି, ଲୁଟପାଟ କରୁଥିବା ଦିଲ୍ଲୀର ୨୪ ଜଣିଆ ଏକ ଦଳର ଏହି ୪ ଜଣ ସଦସ୍ୟ ଅଟନ୍ତି । ସେମାନେ ମହାରାଷ୍ଟ୍ରରେ ରେଜିଷ୍ଟର ହୋଇଥିବା ଏକ କାର ଯୋଗେ କେରଳା ଆସିଥିଲେ ।

Related posts

ଏଟିଏମ ଲୁଟ୍ ଉଦ୍ୟମ ବିଫଳ, ୨ ଲୁଟେରା ଗିରଫ

mahabharatanews

ହତ୍ୟା ନା ଆତ୍ମହତ୍ୟା, ସନ୍ଦେହ ଘେରରେ ଯନ୍ତ୍ରୀଙ୍କ ମୃତ୍ୟୁ

mahabharatanews

ଅବକାରୀ ବିଭାଗର ଚଢାଉ, ୧୦୦ ଲିଟର ଦେଶୀ ମଦ ଜବତ

mahabharatanews