ରାଜନୀତି

ବିହାର ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ କାମେଶ୍ୱର

ପାଟନା: ବିହାରରେ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଜେଡିୟୁ ମୁଖ୍ୟ ନୀତିଶ କୁମାର ଶପଥ ନେବେ । ଏନଡିଏ ମେଣ୍ଟରେ ସରକାର ଗଠନ ହେବାକୁ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଏହି ପଦପାଇଁ ଚଳିତ ସରକାରରେ ବିଜେପିର ବରିଷ୍ଠ ନେତା ତଥା ରାମ ମନ୍ଦିର ଟ୍ରଷ୍ଟର ଦଳିତ ସେବକ କାଶ୍ୱେରଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ।
କାମେଶ୍ୱର ଚୌପାଲ ବିଜେପିର ବରିଷ୍ଠ ନେତା । ବିଜେପିର ଜଣେ ଶୃଙ୍ଖଳିତ ନେତା । ତାଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ରଖାଯାଇଥିଲା । ତେଣୁ ସେ ବିହାର ଉପମୁଖ୍ୟମନ୍ତ୍ରୀ ପଦରେ ଆସିନ୍ନ ହେବାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ସେ ଏହି ପଦ ପ।।ଇଲେ ସୁଶୀଲ ମୋଦି ସରକାରରୁ ବାଦ ପଡିପାରନ୍ତି । ତେବେ ଆଜି ନୀତିଶଙ୍କ ଘରେ ଜେଡିୟୁ ବିଧାୟକ ବୈଠକ ଥିବା ବେଳେ ଆସନ୍ତା ୧୫ରେ ବିଜେପି ବିଧାୟକ ବୈଠକ ରହିଛି । ସେଠାରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ ।

 

Related posts

ବିଜେଡି ରୁ ଇସ୍ତଫା ଦେଲେ ଦେବାଶିଷ, ବିଜେପିରେ ହୋଇପାରନ୍ତି ସାମିଲ!

mahabharatanews

ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ

mahabharatanews

କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

mahabharatanews