Uncategorized

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ବିଜେପି ଭାରତରେ ବିଭାଜନକାରୀ ରାଜନୀତି କରୁଛି । ଭାରତ ପରି ଏକ ଗଣତାନ୍ତ୍ରିତ ରାଷ୍ଟ୍ରରେ ହିଂସା, ଜାତିବାଦ, ଦୁର୍ନୀତି, ଅସିହିଷ୍ଣଚତା, ଧର୍ମୀୟ ବିଦ୍ୱେଶ ଭରି ରହିଛି ବୋଲି ଆମେରମିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ରଚିତ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ ପୁସ୍ତକରେ ବର୍ଣ୍ଣନା କରାଯାଇଛି । ପୁସ୍ତକରେ ବିଜେପିକୁ ଓବାମା ଏକ ହିନ୍ଦୁ ଜାତୀୟବାଦୀ ଦଳ ରୂପେ ଉଲ୍ଲେଖ କରିଛନ୍ତି ।
ଓବାମା ତାଙ୍କ ପୁସ୍ତକରେ ମନମୋହନ ସିଂହ ଓ ସୋନିଆ ଗାନ୍ଧୀଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ବିଜେପି ଦେଶରେ ଇସଲାମ ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଥିଲା । ଏ ନେଇ ମନମୋହନ ଶଙ୍କାଗ୍ରସ୍ତ ଥିଲେ। ଏହା ଦ୍ବାରା ଦେଶର ସାମାଜିକ ସ୍ଥିତି ବିଷାକ୍ତ ହେଉଥିବା ଓ ନେତାମା‌ନେ ଏଥିରୁ ଫାଇଦା ଉଠାଉଥିବା ନେଇ ମନମୋହନ ଚିନ୍ତିତ ଥିଲେ ବୋଲି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଏମିତିକି ମନମୋହନ ତାଙ୍କ ନିକଟରେ କେବଳ ଭାରତ ନୁହେଁ; ଅନ୍ୟ କେତେକ ଅଞ୍ଚଳରେ ଏହା ବ୍ୟାପୁଥିବା ସମ୍ପର୍କରେ ପ୍ରକାଶ କରିଥିବା ଓବାମା ଲେଖିଛନ୍ତି। ଏହା ବ୍ୟତୀତ ଭାରତର ବିକାଶ ପାଇଁ ସୋନିଆ ଗାନ୍ଧୀ ରାହୁଲଙ୍କୁ ବାଦ ଦେଇ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ଭାରତ ବିକାଶରେ ସୋନିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଉଲ୍ଲେଖ ରହିଛି । ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ଭାରତୀୟ ରାଜନୀତି ଯେମିତି ଗୁରୁତ୍ୱ ବହନ କରିଛି । ପୂର୍ବରୁ ତାଙ୍କ ପୁସ୍ତକରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା ।

 

Related posts

ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଋଷର କଟାକ୍ଷ

mahabharatanews

ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତାଙ୍କ ମୃତ୍ୟୁ

mahabharatanews

ଅଧିକ ଫେସିଅ।ଲ୍ କରୁଛନ୍ତି କି? ରୁହନ୍ତୁ ସାବଧାନ !

mahabharatanews