ଅପରାଧ

ହାଜତ ମୃତ୍ୟୁ ଘଟଣାକୁ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛନ୍ତି: ଡିଜିପି

ଭୁବନେଶ୍ୱର: ପୋଲିସ ପୁରୀ ଓ ସୁନ୍ଦରଗଡ଼ରେ ହାଜତ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛି । ସମସ୍ତ ବ୍ୟବସ୍ଥା ଭିତରେ ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ହାଜତରେ କିଭଳି ମୃତ୍ୟୁ ହେଲା, ସେନେଇ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛନ୍ତି । ଏନଏଚଆରସି ଗାଇଡଲାଇନ୍‌ ଅନ୍ତର୍ଗତ ତଦନ୍ତ କରାଯିବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।
ଗୋଟିଏ ଦିନରେ ରାଜ୍ୟର ଦୁଇଟି ସ୍ଥାନରେ ହାଜତ ମୃତ୍ୟୁର ଅଭିଯୋଗ ହୋଇଛି । ପୁରୀ ବାସେଳିସାହି ଥାନା ହାଜତରେ ବଳିଆପଣ୍ଡା ଅଞ୍ଚଳର କେ. ରମେଶଙ୍କ ମୃତ୍ୟୁ ହୋଇଛି । ପୋଲିସ ବୁଧବାର ରାତିରେ ଏକ ମାମଲାରେ ରମେଶଙ୍କୁ ଉଠାଇ ଆଣିଥିଲା । କିନ୍ତୁ ହାଜତରେ ତାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ସହ ଧସ୍ତାଧସ୍ତିରେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ କହୁଥିବା ବେଳେ ପରିବାର ଲୋକେ ଅଭିଯୋଗ କରିଛନ୍ତି, ହାଜତରେ ତାଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ଦିଆଯାଇଥିଲା, ଯାହାକୁ ସହ୍ୟ କରି ନ ପାରି ତାଙ୍କ ମୃତ୍ୟୁ ହୋଇଛି ।
ସେହିପରି ବୀରମିତ୍ରପୁର ଥାନା ପୁଲିସ ଗତକାଲି ଏକ ଅପରାଧିକ ମାମଲାରେ କରବଲହା ରୋଡର ସାରିକ ସଲିମକୁ ଉଠାଇ ନେଇଥିଲା । ହାଜତରେ ଯୁବକଙ୍କ ମୃତ୍ୟୁ ହୋଇଛି ଓ ପରିବାର ଅଭିଯୋଗ କରିଛି, ହାଜତରେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି ।

By SR

 

Related posts

ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଚୋରା ଦେଶୀ ମଦ ନଷ୍ଟ

mahabharatanews

ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ ଏନଏସି କନିଷ୍ଠ ଯନ୍ତ୍ରୀ

mahabharatanews

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

mahabharatanews