ଓଡିଶା

ଜେଲ ବାଲକୋନୀରୁ ଖସି କଏଦୀ ମୃତ୍ୟୁ

ଖୋର୍ଦ୍ଧା: ପୁରୀ ଓ ବୀରମିତ୍ରପୁରରେ ୨ ଜଣଙ୍କ ପୁଲିସ୍‌ ହାଜତରେ ମୃତ୍ୟୁକୁ ନେଇ ପୁଲିସ ସାଧାରଣ ଜନତା ମୁହାଁମୁହିଁ ପରି ପରିସ୍ଥିତି ସୃଷ୍ଟି ହେବା ପରେ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପକାରାଗାରରେ ଛାତରୁ ତଳେ ପଡ଼ି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀ ହେଲେ ଆସାମ ବାସିନ୍ଦା ଶବୁନ୍ କୁସ୍କୁ ।
ଶବୁନଙ୍କୁ ଗତ ବୁଧବାର ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରୁ ଅଣାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ବାଲକୋନୀରୁ ତଳକୁ ଖସିପଡ଼ି ଗୁରୁତର ହୋଇପଡ଼ିଥିଲା । ଏହାପରେ ଗୁରୁତର ଅବସ୍ଥାରେ ଜେଲ୍ କର୍ମଚାରୀ ତାଙ୍କୁ ବାଣପୁର ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଜେଲ କର୍ତ୍ତୃପକ୍ଷ ଥାନାରେ ଏକ ଏତଲା ଦେଇଛନ୍ତି ।

 

Related posts

କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଘଟଣାରେ ବିଜେପି ପକ୍ଷରୁ ଧାରଣା

mahabharatanews

୩୧ ଯାଏ ନବରଙ୍ଗପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ

mahabharatanews

୩୫ଟି ଆଖଡା ଘରକୁ ୫୦ ହଜାର ଟଙ୍କାର ସହାୟତା

mahabharatanews