ଓଡିଶା

ମତ୍ସ୍ୟଚାଷ କ୍ଷେତ୍ରରେ ଓଡିଶା ହାତେଇଲା ୨ ଜାତୀୟ ପୁରସ୍କାର

ଭୁବନେଶ୍ୱର: ଆଜି ବିଶ୍ୱ ମତ୍ସ୍ୟ ଦିବସ ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଦ୍ୱାରା ଏନ୍ଏନଏସ୍ସିି ପରିସର ମଧ୍ୟରେ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମତ୍ସ୍ୟଚାଷ ପାଇଁ ସଫଳ ରାଜ୍ୟକୁ ପୁରସ୍କୃତ କରାଯାଇଛି । ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଏବଂ କଳାହାଣ୍ଡି ଜିଲ୍ଲାକୁ ଶ୍ରେଷ୍ଠ ଆନ୍ତର୍ଦେଶୀୟ ଜିଲ୍ଲା ଭାବେ ସମ୍ମାନିତ କରାଯାଇଛି।
କେନ୍ଦ୍ର ଏନଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ପୁରସ୍କାର ବିତରଣ କରିଛନ୍ତି । ଓଡିଶାର ଏହି ସଫଳତା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ, ମତ୍ସ୍ୟଚାଷୀ ଓ କଳାହାଣ୍ଡିବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା” ର ସଫଳ କାର୍ୟ୍ୟକାରିତା ନେଇ ଓଡିଶା ସରକାରଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର ୧୦ ତାରିଖରେ ‘ପି.ଏମ୍‍. ମତ୍ସ୍ୟସମ୍ପଦା ଯୋଜନା’ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ୨୦୨୦-୨୧ରୁ ୨୦୨୪-୨୫ ପର୍ୟ୍ୟନ୍ତ ଲାଗୁ ହେବ ଓ ଏ ବାବଦରେ ୨୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହି ଯୋଜନା ଅନୁସାରେ ଦେଶରେ ମତ୍ସ୍ୟ ଉତ୍ପାଦନ ୨୨ ନିୟୁତ ମେଟ୍ରିକ୍‍ ଟନ୍କୁହ ବୃଦ୍ଧି ଓ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରହିଛି ।

SR

Related posts

ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀଙ୍କୁ ତାଲିମ ଦେବାକୁ ଦାବି

mahabharatanews

ଡ଼ରାଇଲାଣି ଡେଙ୍ଗୁ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି 

mahabharatanews

କଟକରୁ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews