ଓଡିଶା

ବିକାଶର ୧୮ତମ ବାର୍ଷିକମହୋତ୍ସବ ‘ଇଲେକ୍ଟ୍ରା-୨୦୧୯’ ଉଦଯାପିତ

(ଚିତ୍ତରଞ୍ଜନ ସାହୁ/ବରଗଡ): ବରଗଡ ଜିଲ୍ଲା ବିକାଶର ୧୮ତମ ବାର୍ଷିକମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଓ ସମ୍ମାନୀତ ଅତିଥି ଭାବରେ ବରଗଡ଼ ମାନ୍ୟବର ବିଧାୟକ ତଥା ବରଗଡ଼ ଜିଲ୍ଲା ଯୋଜନା କମିଟୀର ଅଧ୍ୟକ୍ଷ ଦେବେଶ ଆଚାର୍ୟ୍ୟ ଯୋଗଦାନ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ ର “କ୍ଲିନିକାଲ୍ ଲେବୋରେଟୋରୀ” ମାନ୍ୟବର ବରଗଡ଼ ବିଧାୟକଙ୍କ ଉପସ୍ଥିତିରେ ଉଦ୍ଘାଟନ କରିବା ପରେ ପରେ ବିକାଶ ଟେକ୍ନିକାଲ୍ କ୍ୟାମ୍ପସ୍ ର ନବନିର୍ମିତ ବ୍ୟାୟାମଶାଳା “ବିକାଶ ପାୱାର୍ ପ୍ଲାଣ୍ଟ୍” ଉଦ୍ଘାଟନ କରିଥିଲେ । ବିକାଶ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଦିଷ୍ଟ ବ୍ୟଞ୍ଜନ ଯୁକ୍ତ ଫୁଡ୍ଷ୍ଟଲ୍ ଆୟୋଜିତ ହୋଇଥିଲା । ବିକାଶ ଗ୍ରୁପ୍ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ ସ୍ୱାଗତ ଭାଷଣ ଦେଇଥିଲେ।ବିକାଶ ଗ୍ରୁପ୍ ର ଚେୟାର୍ମେନ୍ ଡି.ମୂରଲୀ କ୍ରୀଷ୍ଣା ସମସ୍ତ କର୍ମଚାରୀ ଙ୍କ ଏକତା, ଦଳଗତ କାର୍ୟ୍ୟ, ନିସ୍ୱାର୍ଥପର କର୍ମ ବିକାଶର ସଫଳତାର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ କହିଥିଲେ ଯେ, ଯେତେ ବଡ଼ ଉଚ୍ଚ ପଦବୀରେ ରହିଲେ ମଧ୍ୟ ନିଜର ସଂସ୍କୃତି ଓ ପରମ୍ପରାକୁ ହରାଇବା ଉଚିତ୍ ନୁହେଁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।

Related posts

ରାସ୍ତାଠୁ ଆରମ୍ଭ କରି ଗାାଁ ସବୁ ଆଡ଼େ ପୋକ , ଭୟରେ ଗ୍ରାମବାସୀ

mahabharatanews

ଚଳିତ ଥର ୭ଟି ଜାଗାରେ ଇକୋ ରିଟ୍ରିଟ୍

mahabharatanews

ଜମିଜମା ମାମଲାକୁ ନେଇ ହତ୍ୟାକାଣ୍ଡ

mahabharatanews

Leave a Comment