Uncategorized

ସୁଗୀବେନର ଲେଖକଙ୍କୁ ବୁକର ପୁରସ୍କାର

ସ୍କଟଲାଣ୍ଡ: ସ୍କଟଲାଣ୍ଡ ଲେଖକ ଡଗ୍ଲାକସ୍‍ ଷ୍ଟୁଆର୍ଟଙ୍କୁ ତାଙ୍କ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ବୁକର୍‍ ପ୍ରାଇଜ୍‍ ପ୍ରଦାନ କରାଯାଇଛି। ତାଙ୍କ ଆତ୍ମଜୀବନୀକୁ ଆଧାର କରି ତାଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ସୁଗୀବେନ୍‍’ ପାଇଁ ଏହି ପୁରସ୍କାର ମିଳିଛି । ଚଳିତ ବର୍ଷ ଏହି ମର୍ୟ୍ୟାଦାଜନକ ପୁରସ୍କାର ତାଲିକାରେ ଭାରତୀୟ ବଂଶୋଦ୍ଭବ ଅବନୀ ଦୋଶୀଙ୍କ ସମେତ ୫ ଜଣଙ୍କୁ ପଛରେ ପକାଇ ସେ ଏହି ପୁରସ୍କାର ହାସଲ କରିଛନ୍ତି ।
ଷ୍ଟୁଆର୍ଟଙ୍କ ଲିଖିତ ଉପନ୍ୟାସ ସୁଗୀବେନ ୮୦ ଦଶକର ଗ୍ଲାସ୍କୋସ ସହରର ଏକ ପ୍ରେମ ଓ ନିଶାସକ୍ତ ସତ୍ୟ କାହାଣୀ । ଷ୍ଟୁଆର୍ଟଙ୍କୁ ୧୬ ବର୍ଷ ହୋଇଥିବାବେଳେ ତାଙ୍କ ମା’ ମଦ ପିଇପିଇ ମୃତ୍ୟୁବରଣ କରିଥିଲେ। ଏହି ପୁସ୍ତକକୁ ସେ ତାଙ୍କ ଦିବଂଗତ ମା’ଙ୍କୁ ଉତ୍ସର୍ଗ କରିଛନ୍ତି। ତାଙ୍କ ସ୍ୱପ୍ନ ସାର୍ଥକ ହେବା ସହ ସମ୍ପୂର୍ଣ୍ଣ ଜୀବନ ବଦଳିଯାଇଛି ବୋଲି ପୁରସ୍କାର ଗ୍ରହଣ କରିବା ଅବସରରେ ଷ୍ଟୁଆର୍ଟ କହିଛନ୍ତି।

SR

 

Related posts

ରାଜନେତାଙ୍କୁ ସ୍ଥଳସେନା ମୁଖ୍ୟଙ୍କ କଟାକ୍ଷ

mahabharatanews

ବାଇକ ଧକ୍କାରେ ଟ୍ରକ ହେଲ୍ପର୍ ମୃତ

mahabharatanews

ସମ୍ଭାବ୍ୟ ମରୁଡି ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

mahabharatanews