Uncategorized

ଆମେରିକାକୁ ଆଉ ଏକ ଭୂତାଣୁ ଭୟ

ୱାସିଂଟନ: ମହାମାରୀ କରୋନାର ତାଣ୍ଡବ ଜାରି ରହିଥିବା ବେଳେ ଏବେ ଆଉ ଏକ ଭୂତାଣୁର ଭୟ । ଆମେରିକାରେ କରୋନା ସଂକ୍ରମଣ ପୁଣି ଉଗ୍ର ରୂପ ନେଉଥିବା ବେଳେ ଚେପରେ ନାମକ ଆଉ ଏକ ଭୂତାଣୁ ମୁଣ୍ଡ ଟେକୁଛି । ବଲିଭିଆେ ଚେପରେ ଭୂତାଣୁର ମାମଲା ସାମ୍ନାକୁ ଆସିଛି । ଏହା ଉପରେ ସେଣ୍ଟର୍ସ ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଆଲର୍ଟ ଜାରି କରିଛି। ଏହି ନୂଆ ଭୂତାଣୁର କିଛି ଲକ୍ଷଣ ଇବୋଲା ଏବଂ ଡେଙ୍ଗୁ ଭଳି ।
ଆମେରିକାର ବଲିଭିଆରେ ଚେପରେ ଭୂତାଣୁ ମାମଲା ସାମ୍ନାକୁ ଆସିବା ପରେ ପରୀକ୍ଷା ନିରୀକ୍ଷାରୁ ଏହା ମଧ୍ୟ କରୋନା ଭଳି ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା ସିଡିସ କହିଛି । ବୈଜ୍ଞାନିକଙ୍କ ମୁତାବକ ଚେପରେ  ପ୍ରଥମ ମାମଲା ୨୦୦୪ମସିହାରେ ବଲିଭିଆରେ ଆସିଥିଲା। ସେତେବେଳେ ଜଣେ ରୋଗୀଙ୍କଠୁ ମେଡିକାଲ୍ ରେଜିଡେଣ୍ଟ୍, ଆମ୍ବୁଲାନ୍ସ ଚାଳକ ଏବଂ ଡାକ୍ତର ସଂକ୍ରମିତ ହୋଇଥିଲେ । ଯେଉଁଥିରେ ୨ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ୨୦୧୯ମସିହାରେ ବଲିଭିଆର ରାଜଧାନୀରେ ୨ଜଣ ସ୍ବାସ୍ଥ୍ୟକର୍ମୀ ଏଥିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।
ଚେପରେ ଭୂତାଣୁ ଶରୀରର ତରଳ ପଦାର୍ଥରେ ସଂକ୍ରମଣ ସୃଷ୍ଟି କରେ। ଏହାର ପ୍ରଭାବରେ ପ୍ରବଳ ଜ୍ବର, ପେଟରେ ଅସହ୍ୟ ଯନ୍ତ୍ରଣା, ବାନ୍ତି, ଦାନ୍ତ ମାଢିରୁ ରକ୍ତ ବାହାରିବା, ଆଖିକୁ ଝାପସା ଦିଶିବା ଓ ଚର୍ମ ଛାଡିବା ପରି ଲକ୍ଷଣ ଦେଖାଦିଏ । ଚେପରେ ସଂକ୍ରମଣରେ ମସ୍ତିଷ୍କରେ ରକ୍ତସ୍ରାବ ସମ୍ଭାବନା ମଧ୍ୟ ଦେଖାଦିଏ।

SR

Related posts

ସାବରିମାଲା ଅଳଙ୍କାର ପ୍ରସ୍ତୁତ କରିବେ କେରଳ ଅବସରପ୍ରାପ୍ତ ବିଚାରପତି

mahabharatanews

ଦିଲ୍ଲୀ ହିଂସା: ମୁମ୍ବାଇରେ ହାଇ ଆଲର୍ଟ

mahabharatanews

ହଂକଂକୁ ଆସନ୍ତା ୭ରୁ ଏୟାର ଇଣ୍ଡିଆ ବିମାନ ବାତିଲ

mahabharatanews