Uncategorized

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

ଖାର୍ତୁମ: ସୁଡାନର ପୂର୍ବତନ ପ୍ରଧନମନ୍ତ୍ରୀ ସାଦିକ ଅଲ ମହଦିଙ୍କ ଗୁରୁବାର କରୋନାରେ ମୃତ୍ୟୁ ହୋଇଛି । ସେ ଗତ ୩ ସପ୍ତାହ ହେଲା କରୋନାରେ ପୀଡିତ ହୋଇ ଚିକିତ୍ସିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ବର୍ଷ ଧରି ସୁଡାନର ପ୍ରଧାନମନ୍ତ୍ରୀ ରହିଥିଲେ । ୧୯୮୯ରେ ସେନା ଶାସନରେ ପରିବର୍ତ୍ତନ ଆଣି ତାଙ୍କୁ ଗାଦିରୁ ହଟାଇଥିଲା । ଏହା ପରେ ଦେଶର ଶାସନ କ୍ଷମତା ରାଷ୍ଟ୍ରପତିଙ୍କ ହାତକୁ ଯାଇଥିଲା ।
ଗତ ମାସରେ ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା । ସେ ସତ୍ତାରୁ ବାହାର କରାଯିବା ପରେ ଦୀର୍ଘ ସମୟ ସୁଡାନ ବାହାରେ ରହୁଥିଲେ । ୨୦୧୮ରେ ତାଙ୍କୁ ଦେଶକୁ ଫେରାଇ ଅଣାଯାଇଥିଲା ।

SR

Related posts

ମୁମ୍ବାଇର ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ

mahabharatanews

ଦେଶରେ ଗତ ଗୋଟିଏ ଦିନରେ ୬୫୪ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ନାବାଳିକା ବଳାତ୍କାର: ତଦନ୍ତ ଚଳାଇଛି ପୁଲିସ

mahabharatanews