ରାଜନୀତି

ଏନସିପି ମୁଖ୍ୟ ହେବେ ୟୁପିଏ ଅଧ୍ୟକ୍ଷ

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ୭୪ ଜନ୍ମଦିନରେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବା ସମ୍ପର୍କରେ ସଂକେତ ଦେଇଛନ୍ତି। ଫଳରେ କଂଗ୍ରେସର ମୁଖ୍ୟଭାବେ ପୁନଃ ରାହୁଲ ଗାନ୍ଧୀଙ୍କୁ ଅବସ୍ଥାପିତ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ୟୁପିଏ ମେଣ୍ଟର ଅଧ୍ୟକ୍ଷ ଭାବେ କାହାରି ନାମ ଚୂଡାନ୍ତ ହୋଇ ନ ଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମିଳିବା ନେଇ ଏକପ୍ରକାର ସ୍ଥିର ହୋଇଥିବା ଚର୍ଚ୍ଚା ହେଉଛି ।
ଭାରତୀୟ ରାଜନୀତିରେ ଶରଦ ହେଉଛନ୍ତି ଜଣେ ପୋଖତ ଖେଳାଳୀ । ତାଙ୍କ ସହଯୋଗରେ ମହାରାଷ୍ଟ୍ର ପରି ବିଜେପି ଗଡକୁ ଶିବସେନାକୁ ଫାନ୍ଦରେ ପକାଇ ପାୱାର କଂଗ୍ରେସ, ଏନସିପି ଓ ଶିବସେନାର ମେଣ୍ଟ ମାଧ୍ୟମରେ ଅକ୍ତିଆର କରି ଅସମ୍ଭବକୁ ସମ୍ଭବ କରି ନେଇଛନ୍ତି । ତେଣୁ ତାଙ୍କୁ ହିଁ ପରବର୍ତ୍ତି ୟୁପିଏ ମୁଖ୍ୟ କରିବା ସମ୍ଭାବନା ଅଧିକ ରହିଛି । ଅପର ପକ୍ଷରେ କିନ୍ତୁ ଏହି ଚର୍ଚ୍ଚାକୁ ଏନ୍‌ସିପି ମୁଖପାତ୍ର ମହେଶ ତାପ୍‌ସେ ଖଣ୍ଡନ କରିଛନ୍ତି। ପୱାର ୟୁପିଏ ଅଧ୍ୟକ୍ଷ ଦୌଡ଼ରେ ନଥିବା ସେ ଗଣମାଧ୍ୟମକୁ କହିଛନ୍ତି ।

SR

Related posts

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ବିଜେଡିର ବଡ ପ୍ରସ୍ତୁତି

mahabharatanews

ରାହୁଲ, ପ୍ରିୟଙ୍କାଙ୍କୁ ମିଳିଲା ଖେରି ଯିବାକୁ ଅନୁମତି

mahabharatanews

ପୌର ନିର୍ବାଚନ ବିଜୟ ପାଇଁ ବିଜୟ ହେବେ ସାହା!

mahabharatanews