ଓଡିଶା

ରଙ୍ଗ ନେଉଛି ସାଂସଦଙ୍କ ସୋସିଆଲ ମିଡିଆ ପ୍ରିତି

ଭୁବନେଶ୍ୱର/ଶିଳାସ୍ମିତା ରାୟ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ କଳି ଦାଣ୍ଡରେ ପଡି ହାଟରେ ଗଡଗଡେଇଲାଣି । ଏକ ମାସର ନିରବତା ପରେ ପୁଣି ଉଭୟ ଉଭୟଙ୍କ ନାମରେ ଅଭିଯୋଗ କରିବାକୁ ଧାଉଁଛନ୍ତି ଥାନାକୁ । ସ୍ଥିତି ଏମିତି ହୋଇଛି କି ଅନୁଭବଙ୍କୁ ଜନସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟରେ ସାମିଲ ହେବାର ଦେଖିବାକୁ ମିଳୁନାହିଁ । ଜନତାଙ୍କ ସ୍ୱାର୍ଥ ସାଧନକୁ ଲକ୍ଷ୍ୟରେ ରଖି କରାଯାଉଥିବା ସରକାରୀ କାର୍ଯ୍ୟରେ ଅନୁଭବଙ୍କ ଉପସ୍ଥିତି ଶୂନ୍ୟ ହୋଇଛି । ଜଣେ ଜନପ୍ରତିନିଧି, ପୁଣି କେନ୍ଦ୍ରାପଡା ପରି ଗର୍ବ ଗୌରବର ମାଟିର ସାଂସଦଙ୍କ ସ୍ଥାଣୁତାକୁ ନେଇ ନାନା ଚର୍ଚ୍ଚା । ଏହି ସ୍ଥାଣୁତା ପାଇଁ ଅନୁଭବଙ୍କ ଘରୋଇ କଳିକୁ ସାଧାରଣ ଲୋକେ ଦାୟୀ କରୁଥିବା ବେଳେ କିନ୍ତୁ ବିଶେଷଜ୍ଞ ଏହାକୁ ଅନ୍ୟ ଦୃଷ୍ଟିରେ ଦେଖୁଛନ୍ତି । “ପତି-ପତ୍ନୀ ଔର ୱ’କୁ ନେଇ ଚାଲିଥିବା ଫ୍ୟାମିଲି ଡ୍ରାମା ଦଳର ସମ୍ମାନହାନୀ କରୁଥିବାରୁ ଦଳ ତାଙ୍କୁ ଆଡ କରୁଥିବା କୁହାଯାଉଛି

ଗତ ସପ୍ତାହରେ ଭାଇରାଲ ହୋଇଥିବା ଏକ ଭିଡିଓ ବିରୁଦ୍ଧରେ ବର୍ଷା ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ତାଙ୍କ ଘରକୁ ପ୍ରବେଶ କରେଇ ନ ଦେବାକୁ ଦ୍ୱିତୀୟ ଅଭିଯୋଗ ହେବା ପରେ ଅନୁଭବ ଚୁପ ବସି ନାହାନ୍ତି । ସେ ମଧ୍ୟ ବର୍ଷା ତଥା ତାଙ୍କ ଭଉଣୀମାନଙ୍କ ନାମରେ ଡିସିପିଙ୍କୁ ଅଭିଯୋଗ କରିଛନ୍ତି । ବର୍ଷା ଓ ତାଙ୍କ ପରିବାର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନୁଭବ ପତ୍ନୀଙ୍କୁ ଛାଡପତ୍ର ଦେଇ ବାନ୍ଧବୀଙ୍କୁ କୋଳେଇ ନେବା କାର୍ଯ୍ୟରେ ବ୍ୟସ୍ତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିନେଇ ଶାସକ ଦଳକୁ ମଧ୍ୟ ସମାଲୋଚନା କରିବାକୁ ଲୋକେ ପଛାଉ ନାହାନ୍ତି । ଜଣେ ଅପରିପକ୍ୱ, ଅର୍ଦ୍ଧ ଶିକ୍ଷିତ ତଥା କଥା ଓ କାମରେ ତାଳ ରଖୁନଥିବା ଯୁବକଙ୍କୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳରେ ସାମିଲ କରିବା ସହ ସାଂସଦପରି ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଆସିନ୍ନ କରି ଜନତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଅନ୍ୟାୟ କରିଥିବା କୁହାଯାଉଛି । ଜନ ସେବା, ଜନସ୍ୱାର୍ଥର କଥା କହୁଥିବା ଦଳର ମୁଖ୍ୟ ଜଣେ ନିହାତି ଦାୟିତ୍ୱହୀନ ବ୍ୟକ୍ତିଙ୍କୁ ପ୍ରତିନିଧି କରିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ନିଜ ପସନ୍ଦରେ ୭ ଜନ୍ମ ପାଇଁ ବର୍ଷାଙ୍କୁ ଜୀବନ ସାଥି ବାଛିଥିବା ବ୍ୟକ୍ତି ବିବାହର ୭ ବର୍ଷ ମଧ୍ୟ ପୂରଣ କରି ପାରି ନ ଥିବା ବେଳେ କୋଟିକୋଟି ଜନତାଙ୍କ ସହ କେଉଁ ସମ୍ପର୍କ ସ୍ଥାପନ କରିବେ କି ସେବା କରିବେ ବୋଲି ପ୍ରଶ୍ନ କରୁଛନ୍ତି ଓଡିଶାବାସୀ ।

ଅନ୍ୟପଟେ ବିଶେଷଜ୍ଞ କହୁଛନ୍ତି, ଗତ ଦୁଇଟି ସାଧାରଣ ନିର୍ବଚାନରେ ଅନୁଭବ ଷ୍ଟାର ପ୍ରଚାରକ ଥିଲେ । ଲୋକ ସାଉଁଟିବାରେ ସେ ଦଳ ପାଇଁ କାର୍ଯ୍ୟ କରିଥିଲେ । ଏପରିକି ଗତ ନିର୍ବାଚନରେ ପତ୍ନୀ ବର୍ଷାଙ୍କୁ ନେଇ ଅନୁଭବ ପ୍ରଚାର ମଇଦାନକୁ ଜମେଇ ଦେଇଥିଲେ । କିନ୍ତୁ ସେପ୍ଟେମ୍ବର ମାସରେ ବର୍ଷା ଅନୁଭବଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଲେ । ଏହାପରେ ଅନୁଭବ ମଧ୍ୟ ଦିଲ୍ଳୀର ପଟିଆଲା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଉଭୟଙ୍କ ଉପରେ ରାଜ୍ୟବାସୀଙ୍କ ନଜର ରହିଥିବା ବେଳେ ସାଂସଦ ସଂସଦୀୟ ଗରିମାକୁ ପଛରେ ପକାଇ ତାଙ୍କ ଅତି ଅନ୍ତରଙ୍ଗ ବାନ୍ଧବୀ ଜାଗ୍ରତିଙ୍କ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ସମାଲୋଚିତ ହେବା ସହ ଦଳର ସମ୍ମାନକୁ ତଳେ ପକାଇଛନ୍ତିି

୨୦୧୩ରେ ତକ୍ରାଳୀନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ବୋହୂ ବର୍ଷା ସୋନିଙ୍କ ଦ୍ୱାରା ହୋଇଥିବା ଯୌତୁକ ନିର୍ଯାତନାକୁ ନେଇ ରଘୁ ଓ ତାଙ୍କ ପରିବାରକୁ ଜେଲ ଯିବାକୁ ପଡିଥିବା ବେଳେ ଅନୁଭବଙ୍କ କ୍ଷେତ୍ରରେ ଦଳ ମୁଖ୍ୟଙ୍କ ନିରବତାକୁ ନେଇ ସବୁସ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଉଛି । ତେବେ ଅନୁଭବଙ୍କୁ ଏଯାବତ୍ ଦଳରୁ ବହିଷ୍କାର ବା ପଦ ଛାଡିବାକୁ ବାଧ୍ୟ କରାଯାଇ ନ ଥିଲେ ମଧ୍ୟ ଦଳରେ ତାଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ଶୁଣିବାକୁ ମିଳିଛି । ଅନୁଭବ ଜଣେ ସାଂସଦ ହୋଇ ମଧ୍ୟ ପଦ ମର୍ଯ୍ୟାଦାକୁ ସମ୍ମାନ ନଦେଇ ଅପରିପକ୍ୱତା ପ୍ରଦର୍ଶନ କରି ଚାଲିଥିବାରୁ ମୁଖ୍ୟ ଓ ଦଳ ଖପ୍ପା । ତେଣୁ ତାଙ୍କୁ ଗତ ଦୁଇଟି ଉପନିର୍ବାଚନରେ ପ୍ରଚାରରୁ ଦୂରେଇ ରଖାଯାଇଥିବା ବିଶେଷଜ୍ଞ କହୁଛନ୍ତି

ସେହିପରି ୫ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ କରି ପ୍ରସ୍ତାବିତ ଆଖଡାଶାଳି ବନ୍ଦର ପ୍ରକଳ୍ପର ସରଜମିନ ଅନୁଧ୍ୟାନ କରିଥିଲେ । ସାଙ୍ଗରେ ଥିଲେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବହୁ ଅଧିକାରୀ । କିନ୍ତୁ ସେଠାରେ ସାଂସଦଙ୍କୁ ଦୂରଦୂର ପର୍ଯ୍ୟନ୍ତ ଦେଖିବାକୁ ପାଇନଥିଲେ କେହି । କୁହାଯାଉଛି, ତାଙ୍କ ବାଳୁଙ୍ଗାମୀ ପାଇଁ ଦଳ ସହ ତୃତୀୟ ମହଲା ମଧ୍ୟ ତାଙ୍କ ଉପରେ ଖପ୍ପା । ତାଙ୍କୁ ଏକ ପ୍ରକାର କଣଠେଁସା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ତାଙ୍କୁ ଡକରାଯାଇ ନ ଥିବା ଅନୁମାନ ହେଉଛି । କାରଣ ୫ଟି ସଚିବଙ୍କ ଉପସ୍ଥିତି ଯେଉଁଠି ରହୁଛି ସେଠାକୁ ନିମନ୍ତ୍ରଣ ଥିଲେ ସେ ମଧ୍ୟ ପଡି ଉଠି ଅତନୁଙ୍କ ପରି ସେଠାରେ ପହଞ୍ଚିଥାନ୍ତେ । କିନ୍ତୁ ସେ ଆସି ନାହାନ୍ତି ଯେତେବେଳେ, ଏହା ପ୍ରମାଣିତ କରୁଛି, ଏହି କାର୍ଯ୍ୟରୁ ତାଙ୍କୁ ଦୂରେଇ ରଖାଯାଇଛି । ଅର୍ଥାତ୍ ପତି ପତ୍ନୀ ଔର ୱଃ ରଙ୍ଗ ନେବା ଆରମ୍ଭ କରୁଛି ।

ଆଜି ଖୋଲିକରି ଅନୁଭବଙ୍କ ପ୍ରତି ଦଳର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ଦଳର ଆଭିମୁଖ୍ୟ ତଥା ଦଳର ଅସନ୍ତୋଷକୁ ପ୍ରକାଶ କରିଛନ୍ତି । ନବୀନଙ୍କ ପରି ଜଣେ ଗୁରୁଙ୍କୁ ପାଇ ମଧ୍ୟ ଅନୁଭବ କିଛି ଶିକ୍ଷା ଗ୍ରହଣ ନ କରିବା ଦୁଃଖଦାୟକ । ନବୀନ ବାବୁ ଜଣେ ଆଦର୍ଶ, ଜଣେ ଉଦାହରଣ । ସେ ସମଗ୍ର ଦେଶ ପାଇଁ ଆଦର୍ଶ ହୋଇଥିବା ବେଳେ ତାଙ୍କଠାରୁ କିଛି ଶିକ୍ଷା ନ ପାଇବାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି । ଏଥିରୁ ଦଳରେ ଅନୁଭବଙ୍କ ପ୍ରତି ଦୃଢିଭୁତ ହେଉଥିବା ଅସନ୍ତୋଷ ପଦାରେ ପଡିଛି ।

Related posts

ଶୁଭେନ୍ଦୁ ହତ୍ୟାକାରୀମାନଙ୍କୁ ଧରିବା ଦାବିରେ ଶୋଭାଯାତ୍ରା

mahabharatanews

ପଣ୍ଡିଗାଁ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

mahabharatanews

୫୦୮ ଷ୍ଟେସନର ଉନ୍ନତୀକରଣର ; ଓଡ଼ିଶାରୁ ୨୫

mahabharatanews