(ଜୟନ୍ତ କୁମାର ସେଠୀ/ପୁରୀ): ନୟାଗଡ ଜିଲ୍ଲା ଯଦୁପୁରର କୁନିଝିଅ ‘ପରୀ’ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟାକାଣ୍ଡ ଦିନକୁ ଦିନ ବଢୁଛି । ରାଜ୍ୟ ସରକାର ଏନେଇ କୌଣସି କଠୋର ନିୟମ ଆଣି ନଥିବାରୁ କଂଗ୍ରେସ ପ୍ରତିବାଦ କରିଛି । ପରୀକୁ ନ୍ୟାୟ ପ୍ରଦାନ ଓ ଶିଶୁମାନଙ୍କ ଉପରେ ଅତ୍ୟାଚାରକୁ ରୋକିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ ପୂରୀ ଏସପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲା । ରାଜ୍ୟରେ ଶିଶୁ ସୁରକ୍ଷା ଦିଗରେ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ଶିଶୁ ଅତ୍ୟାଚାର ବଢୁଥିବା କଂଗ୍ରେସ ଅଭିଯୋଗ କରିଛି । ଶିଶୁଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ନ ଦେଖାଇଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
next post
