Uncategorized

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ ପାଇବେ କରୋନା ଟୀକା

ନୂଆଦିଲ୍ଲୀ: କରୋନା ଟୀକାକରଣକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଟୀକା ପ୍ରଥମେ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ୟ୍ୟରତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଦିଆଯିବ। ଏହା ପରେ ୫୦ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ପ୍ରଥମ ଦଫାରେ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କୁ ଟୀକା ଦିଆଯିବ, ସେମାନଙ୍କ ନିକଟକୁ ମୋବାଇଲରେ ସୂଚନା ଦିଆଯିବ । ଏଥିରେ ଟୀକା ନେବାର ସମୟ ଓ ସ୍ଥାନ ସୂଚିତ କରାଯିବ। ନାମ ପଞ୍ଜିକରଣରେ କୌଣସି ଅସୁବିଧା ନହେବା ପାଇଁ ଏଭଳି ପଦକ୍ଷେପ ନିଆଯିବ।
ତେବେ ଟୀକା ନେବାପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ। ଜଣେ ବ୍ୟକ୍ତି ପଞ୍ଜିକୃତ ହେବାପରେ ତାଙ୍କୁ କେତେବେଳେ ଓ କେଉଁଠାରେ ପ୍ରତିଷେଧକ ଦିଆଯିବ ସେ ସଂକ୍ରାନ୍ତରେ ସୂଚନା ଦିଆଯିବ। ପୂର୍ବରୁ ବିଶ୍ୱରେ ଭାରତର ଏକ ବୃହତ୍‍ ପ୍ରତିଷେଧକ ଟୀକାକରଣ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ୨୬ ନିୟୁତ ନବଜାତ ଶିଶୁ ଓ ୨୯ ନିୟୁତ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯାଉଛି।

 

Related posts

ରାଜସ୍ଥାନ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରି୨ ବିଜେପି ବିଧାୟକ ଗିରଫ

mahabharatanews

କିଛି ରୋଗୀଙ୍କଠାରେ ରେଟ୍ରୋଭାଇରାଲ ଔଷଧ ପ୍ରୟୋଗ କରାଯାଉଛି: ହର୍ଷ ବର୍ଦ୍ଧନ

mahabharatanews

୨ ତାରିଖରୁ ପୂରା ଦେଶରେ ଗୋଟିଏ କରୋନା ଟୀକାକରଣର ଡ୍ରାଇ ରନ

mahabharatanews