(କଟକ): ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ମଙ୍ଗଳବାର ହାଇକୋର୍ଟରେ ହୋଇଥିଲା । ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି କି ନାହିଁ ସେନେଇ ସରକାରୀ ପକ୍ଷଙ୍କୁ ପ୍ରଶ୍ନ କରିଥିଲେ ହାଇକୋର୍ଟ । ଏହି ମାମଲାରେ ମୃତ କେ. ରମେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସହ ମେଡିକାଲ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ତଦନ୍ତ କେତେଦୂର ଆଗେଇଛି ସେଥିପ୍ରତି ଧ୍ୟାନ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୧ ତାରିଖରେ ହେବ ।
previous post
