ଓଡିଶା

ଗଞ୍ଜାମ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶଦାତା କମିଟି ବୈଠକ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଛତ୍ରପୁର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।କରୋନା ସଂକ୍ରମଣ ଯୋଗୁଁ ଫେରିଥିବା ପ୍ରବାସୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବ୍ୟାଙ୍କ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଅନେକ ଲୋକ ଅଛନ୍ତି ସେମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଏବେ ମଧ୍ୟ ଜାଣନ୍ତି ନାହିଁ । ସେମାନଙ୍କୁ ସଚେତନ କରି ସମନ୍ବୟ ରକ୍ଷା କରି ଆତ୍ମନିର୍ଭରଶୀଳ ଦିଗରେ ବ୍ୟାଙ୍କ ଗୁଡିକରୁ ଋଣ ପ୍ରଦାନ କରାଗଲେ ଜିଲ୍ଲାର ଉନ୍ନତି ହେବା ସହିତ ଲୋକଙ୍କ ଜୀବନ ଜୀବିକାର ପଥ ସୁଗମ ହୋଇପାରିବ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଜଣାଇଥିଲେ। ଆଜି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜଣାଇଥିଲେ ଯେ, ଯେଉଁ ପରିମାଣରେ ହିତାଧିକାରୀଗଣ ବିଭିନ୍ନ ଯୋଜନାରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଋଣ ସକାଶେ ଆବେଦନ କରୁଛନ୍ତି ସେହି ଅନୁପାତରେ ସେମାନଙ୍କୁ ଋଣ ପ୍ରଦାନ କରାଯାଇପାରୁ ନାହିଁ। ଯଦି ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ ଦିଗରେ ତତ୍ପରତା ପ୍ରକାଶ କରିବେ ନାହିଁ ତେବେ ଆଗାମୀ ଦିନରେ ପ୍ରଶାସନ ତରଫରୁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ସମସ୍ତ ଯୋଜନା ଉତ୍ତମ ମାନର, କୌଣସି ଯୋଜନା ନିମ୍ନମାନର ନୁହେଁ । ମୁଖ୍ୟମନ୍ତ୍ରୀ ଲୋକଙ୍କର ଜୀବନଜୀବିକା ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି ।ସ୍ବୟଂସହାୟକ ଗୋଷ୍ଠୀ ଗୁଡିକୁ ସଶକ୍ତିକରଣ କରିବା ଦିଗରେ ଅହରହ ପ୍ରୟାସ ଜାରି ରହିଛି । ଯଦି ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ ଦିଗରେ ବିଳମ୍ବ କରନ୍ତି ଏବଂ ବିକାଶଧାରାକୁ ବାଧାସୃଷ୍ଟି କରନ୍ତି ତେବେ ତାହା ଗ୍ରହଣୀୟ ହେବନାହିଁ ବୋଲି କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳ ଅବଗତ କରାଇଥିଲେ। ଚାଷ କାର୍ୟ୍ୟ, ଚାଷଯାନ୍ତ୍ରୀକରଣ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟଚାଷ, ଦୁଗ୍ଧ ଚାଷ, କୃଷି ଭିତ୍ତିଭୂମି, ଓଡିଶା ଜୀବନଜୀବିକା ମିଶନ୍, ଜାତୀୟ ସହରୀ ଜୀବିକା ମିଶନ୍, ପ୍ରଧାନମନ୍ତ୍ରୀ ରାସ୍ତାଘାଟ ଉଠାଦୋକାନୀ ବିକ୍ରେତା, ଆତ୍ମନିର୍ଭର ନିଧି, ଡି.ଆର୍.ଆଇ୍. ଲୋନ୍, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଆଭ୍ୟନ୍ତରୀଣ ମତ୍ସ୍ୟ କାର୍ୟ୍ୟକ୍ରମର କାର୍ୟ୍ୟକାରିତା, ସାମୁଦ୍ରିକ ମତ୍ସ୍ୟ, ଅନୁସୂଚୀତ ଜାତି ଓ ଜନଜାତି ଇତ୍ୟାଦି ଯୋଜନା ଗୁଡିକ ସକାଶେ ପ୍ରଦାନ କରାଯାଇଥିବା ଋଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଲାଇନ୍ ବିଭାଗକୁ ଲକ୍ଷ୍ୟଧାର୍ୟ୍ୟ ଦିଆଯାଉ ଦ୍ବାରା ସେମାନେ ହିତାଧିକାରୀ ମାନଙ୍କୁ ଋଣ ପ୍ରଦାନ କରାଯିବ ଓ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ବ୍ଲକ୍ ରେ ପାର୍ମପୋଖରୀ କରାଯାଇଛି। ମତ୍ସ୍ୟଚାଷ ନିମନ୍ତେ ସ୍ଥାନୀୟ ଲୋକଙ୍କୁ କିମ୍ବା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଜଣାଇଥିଲେ। ଗ୍ରାମାଞ୍ଚଳ ସ୍ତରରେ ଋଣମେଳା ଆୟୋଜନ କରି ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ଋଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।ଏହି ବୈଠକରେ ୟୁନିୟନ୍ ବ୍ୟାଙ୍କ ଅପ୍ ଇଣ୍ଡିଆର ଡିଜିଏମ୍ ତଥା ଡିସିଓ ଜିଲ୍ଲା ବ୍ୟାଙ୍କର୍ସ ପରାମର୍ଶଦାତା କମିଟିର ସଂଯୋଜକ ଦ୍ବାରୀକା ନାଥ ନନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ଶିଳ୍ପ ଉଦ୍ୟୋଗର ଶାଖା ପରିଚାଳକ ଅନାମ ଚରଣ ପାତ୍ର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଡିଓ ଉମାକାନ୍ତ ସାହୁ, ନାବାର୍ଡ ଏଡିଏମ୍ ସୁମନ୍ ସାହୁ, ଲିଡ୍ ଜିଲ୍ଲା ମ୍ୟାନେଜର ଅଶୋକ କୁମାର ପଣ୍ଡା, ସମସ୍ତ ବ୍ୟାଙ୍କର ପ୍ରତିନିଧି ଓ ସଂପୃକ୍ତ ବ୍ୟାଙ୍କର ଅଧିକାରୀ ଗଣ ଉପସ୍ଥିତ ଥିଲେ ।

Related posts

ବିଧାନ ସଭା ଆଗରେ ବିଷ ପିଇଲେ

mahabharatanews

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

mahabharatanews

ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ

mahabharatanews