ଓଡିଶା

ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହର ଭୂକମ୍ପପ୍ରବଣ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ଆଜି ମଧ୍ୟରେ ୪ଟି ଭୂକମ୍ପ ଅନୁଭୂତ ହୋଇଛି । ଜୁନ ୨୨ରେ ରାୟଗଡ଼ାରେ, ଅଗଷ୍ଟ ୮ ରେ ଗଞ୍ଜାମ, ଡ଼ିସେମ୍ବର ୪ ରେ ମୟୂରଭଞ୍ଜ ଓ ଡିସେମ୍ବର ୨୫ରେ ବାଲେଶ୍ୱରର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିଚର ସ୍କେଲରେ ୩ ଥିଲା । ତୀବ୍ରତା କମ ରହିଥିଲେ ମଧ୍ୟ ଏହା ଏକ ସତର୍କ ଘଣ୍ଟି ହୋଇଛି ରାଜ୍ୟପାଇଁ । ଭୂକମ୍ପକୁ ନେଇ ଅନୁଷ୍ଠିତ ଏକ ଅନୁସନ୍ଧାନ ଅନୁଯାୟୀ ରାଜ୍ୟର ୯ଟି ସହର ମଧ୍ୟରୁ ୭ ସହର ଭୂକମ୍ପ ଜୋନ ଓ ଏହାର ନିକଟବର୍ତ୍ତି ରହିଛି ।
୨୦୧୧ ଜନସଂଖ୍ୟା ଆଧାରରେ ପ୍ରଥମ ଶ୍ରେଣୀ ସହରରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ, ବାଲେଶ୍ବର, ବାରିପଦା, ଭଦ୍ରକ ରହିଥିବା ବେଳେ ବାରିପଦା ଓ ରାଉରକେଲାକୁ ଛାଡିଦେଲେ ଅନ୍ୟ ୭ଟି ସହର ଭୂକମ୍ପପ୍ରବଣ ରହିଛି । ସେହିପରି ପାରାଦ୍ବୀପ, ଅନୁଗୋଳ, ଢ଼େଙ୍କାନାଳ, ବରଗଡ଼ ଭୂକମ୍ପ ପ୍ରବଣ ରହିଛି। କିଛି ବର୍ଷ ହେଲା ସମ୍ବେଦନଶୀଳ କୁହାଯାଉଥିବା ବ୍ରାହ୍ମଣୀ ଓ ମହାନଦୀ ଉପତ୍ୟକାରେ କୌଣସି ଭୂକମ୍ପ ଅନୁଭୂତ ହୋଇ ନାହିଁ। ପୂର୍ବରେ ପାରାଦ୍ବୀପଠାରୁ ଆରମ୍ଭ କରି ‌‌ଦୈତନଗରୀ ଭୁବନେଶ୍ବର-କଟକ, ଅନୁଗୋଳ, ଢ଼େଙ୍କାନାଳ ବାଟ ଦେଇ ସମ୍ବଲପୁର ପର୍ୟ୍ୟନ୍ତ ଭୂଗର୍ଭ ଫଲ୍ଟ ଲାଇନ ସ୍ଖଳନ ନେଇ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ସହରାଞ୍ଚଳରେ ଭୂତଳ ଜଳ ଉତ୍ତୋଳନ, ଅତ୍ୟୁଚ୍ଚ ଅଟ୍ଟାଳିକା ନିର୍ମାଣ, ଭୂଗର୍ଭ ଖଣିରୁ କୋଇଲା ଉତ୍ତୋଳନ କରାଯିବା ପରେ ତାହାକୁ ବାଲି ବା ପାଉଁଶ ଭର୍ତ୍ତି କରା ନ ଯିବା ଭୂକମ୍ପ ଆଶଙ୍କା ଅଧିକ ରହିଛି। କେନ୍ଦ୍ର ସରକାରଙ୍କ ବିଲ୍ଡ଼ିଂ ମେଟେରିଆଲ୍ସନ ଏଣ୍ଡ ଟେକ୍ନୋକଲୋଜି ପ୍ରମୋସନ କାଉନସିଲ ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ଭୂକମ୍ପ ବେଳେ ଜୋନ୍‍ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍‍ ୩ରେ ମଧ୍ୟମ, ଜୋନ୍‍ ୪ରେ ଅଧିକ ଓ ଜୋନ୍‍ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ କ୍ଷୟକ୍ଷତି ସର୍ବାଧିକ ହୋଇପାରେ ବୋଲି ଜିଏଚ୍ଆପର୍ସିେ ଆଶଙ୍କା କରିଛି।
ଅନୁରୂପ ଭାବରେ ଗତ ଅଗଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ‘ଆର୍ଥକ୍ୱିକ ପ୍ରୋବାବିଲିଟି ଏଷ୍ଟିମେସନ ୟୁଜିଂ ରିକରେଣ୍ଟ ନେଚୁରାଲ ନେଟୱର୍କ (ଆରଏନଏନ୍) ମଡ଼େଲ ଇନ୍ ଓଡ଼ିଶା’ ଅନୁସାରେ ରାଜ୍ୟର ୪୮,୯୦୦ ବର୍ଗ କିଲୋମିଟର ଅଞ୍ଚଳ (ରାଜ୍ୟର ମୋଟ ଅଞ୍ଚଳର ୩୧.୪%) ଭୂକମ୍ପପ୍ରବଣ ରହିଛି । ସେହିପରି ୨.୦୬% (୩୨୦୪ ବର୍ଗକିଲୋମିଟର) ଅଞ୍ଚଳ ସମ୍ବେଦନଶୀଳ ରହିଛି।

 

Related posts

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

mahabharatanews

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews

ବଲାଙ୍ଗୀର ପୋଲିସର ମେଗା ରକ୍ତଦାନ ଶିବିର

mahabharatanews