Uncategorized

ଡିସେମ୍ବର ପ୍ରାରମ୍ଭରେ ଇଣ୍ଡିଗୋ ଏୟାର ଲାଇନ୍ସ ସର୍ଭର ହ୍ୟାକ ନେଇ କମ୍ପାନୀ ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନର ମେଜର ଗୁରୁବାର କହିଛନ୍ତି କି କମ୍ପାନୀ ସର୍ଭରର କିଛିକୁ ଡିସେମ୍ବର ପ୍ରାରମ୍ଭିକ ଅବସ୍ଥାରେ ହ୍ୟାକ କରାଯାଇଥିଲା । ଏୟାର ଲାଇନ୍ସ ଅନୁଯାୟୀ ହ୍ୟାକରଙ୍କ ଦ୍ୱାରା କମ୍ପାନୀର କିଛି ଅନ୍ତର୍ଜାତିକ ଦସ୍ତାବିଜକୁ ସାଧାରଣ ୱେବ ସାଇଟ ଓ ପ୍ଲାଟଫର୍ମରେ ଅପଲୋଡ କରାଯାଇଥିଲା । ତେବେ କମ୍ପାନୀ ପକ୍ଷରୁ ସେମାନଙ୍କ ସିଷ୍ଟମକୁ ପୁନଃ ସ୍ଥାପନ କରାଯାଇଛି ବୋଲି ଗୁରୁବାର ରାତିରେ ଏୟାର ଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଏୟାର ଲାଇନ୍ସ ଅନୁଯାୟୀ, ଆମେ ଏହାକୁ ଜରୁରୀ ମନେ କରୁଛୁ କି ଆମର ସର୍ଭରର କିଛି ଅଂଶ ଡିସେମ୍ବର ପ୍ରଥମ ଅବସ୍ଥାରେ ହ୍ୟାକ କରାଯାଇଥିଲା । ଡାଟା ସର୍ଭରର କିଛି ଅଂଶରେ ସମସ୍ୟା ଦେଖା ଦେଇଥିଲା । ତେଣୁ କିଛି ଅନ୍ତର୍ଜାତିକ ଦସ୍ତାବିଜ ସାଧାରଣ ୱେବ ସାଇଟ ଓ ପ୍ଲାଟଫର୍ମରେ ହ୍ୟାକରମାନେ ଅପଲୋଡ କରିଥିବା ଆଶଙ୍କା କରାଯାଉଛି । ଏହାର ଗୁରୁତ୍ୱକୁ ଦେଇ ଆମେ ବିଶେଷଜ୍ଞଙ୍କ ଦ୍ୱାରା ଏହାକୁ ରିଷ୍ଟୋର କରିବାକୁ ସକ୍ଷମ ହୋଇଛୁ । ତେବେ ଏହି ମାମଲାରେ ତଦନ୍ତ କରାଯାଉଥିବା ଏୟାର ଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଆରଏସଏସର ବାର୍ଷିକ ଅଧିବେଶନ ବାତିଲ

mahabharatanews

୪୮୩ ଜିଲ୍ଲାରେ ୭୭୪୦ କୋଭିଡ-୧୯ ଚିକିତ୍ସା କେନ୍ଦ୍ର

mahabharatanews

ତରଣଜୀତ ସିଂହ ସନ୍ଧୁ ଆମେରିକାକୁ ସମ୍ଭାଳିବେ

mahabharatanews