Uncategorized

ପୁରୋହିତ ପ୍ରସ୍ତୁତ ନାହାନ୍ତି ଚାରିଧାମ ଯାତ୍ରା ପାଇଁ 

ଡେରାଡୁନ: ସୋମବାର ଦିନ ଦେଶରେ ଲକଡାଉନ କୋହଳ ସହ ଧର୍ମାନୁଷ୍ଠାନ ଗୁଡିକ ଖୋଲିଛି । କିନ୍ତୁ ଚାରିଧାମର ପୁରୋହିତମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରା ଆରମ୍ଭ ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି । ଏହି ଯାତ୍ରାକୁ ନେଇ ଚାରିଧାମ ଦେଭୋସ୍ଥମ ବୋର୍ଡ ଏକ ନିଷ୍ପତ୍ତି ନେବ । ଗଙ୍ଗୋତ୍ରୀ ଧାମ ପଞ୍ଚମନ୍ଦିର କମିଟିର ସଭାପତି, ବଦ୍ରିନାଥ ଧର୍ମାଧିକାରୀ, କେଦାରନାଥ ଧାମ କେଦାର ସଭା ସଭାପି ପ୍ରମୁଖ କହିଛନ୍ତି, ଯାତ୍ରା ସମ୍ବନ୍ଧିତ ବ୍ୟବସାୟରେ ଲିପ୍ତ ଲୋକେ ବହୁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ଲୋକଙ୍କ ଜୀବନ ଅର୍ଥନୀତିଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଦେଶର ବିଭିନ୍ନ ପ୍ରାନ୍ତରୁ ଯାତ୍ରୀ ଆସିବା ଦ୍ୱାରା ସ୍ଥିତି ଆହୁରି ଜଟିଳ ହୋଇ ପଡିବ । ତେଣୁ ଜୁନ ୩୦ ପୂର୍ବରୁ ଯାତ୍ରା ଆରମ୍ଭ କରିବାର କୌଣସି ଯଥାର୍ଥତା ନାହିଁ । ଅପରପକ୍ଷରେ ରାବିନାଥ ରମଣ, ସିଇଓ, ଚାରିଧାମ ଦେଭୋସ୍ଥମ ବୋର୍ଡ ଏସମ୍ପକୟରେ ସମସ୍ତ ବ୍ୟବସାୟୀ ଓ ଯାତ୍ରାରେ ଜଡିତ ଲେ।।କଙ୍କ ସହ ଆଲୋଚନା କରିବାକୁ ରୁଦ୍ରପ୍ରୟାଗ, ଚମୋଲି, ଉତ୍ତରକାଶୀର ଜିଲ୍ଲାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଲୋଚନା ପରେ ଯାହା ଗୋଟିଏ ନିଷ୍ପତ୍ତି ନିଆଯିବା କୁହାଯାଉଛି ।

Related posts

ହଲିଉଡ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା

mahabharatanews

ଯୋଗୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ

mahabharatanews

କଟକଣା ମଧ୍ୟରେ କେବଳ ପୁରୀରେ ଗଡିବ ରଥ

mahabharatanews

Leave a Comment