ଓଡିଶା

ସରୋଜର ନାର୍କୋଟିକ ଟେଷ୍ଟ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ସରୋଜ ସେଠୀ ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏନେଇ ଏସଆଇଟି ପକ୍ସୋ କୋର୍ଟରେ ଆବେଦନ କରିଛି । ଆସନ୍ତାକାଲି କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଅନ୍ୟ ପଟେ କୋର୍ଟରେ ସରୋଜର ଓକିଲ ତାକୁ ନାବାଳକ ଭାବେ ଗ୍ରହଣ କରିବାକୁ ଆବେଦନ କରିଛନ୍ତି । ଏନେଇ ଓକିଲ ସରୋଜର ମାଟ୍ରକ ସାର୍ଟିଫିକେଟ, ଜନ୍ମ ପ୍ରମାଣପତ୍ର ଆଦି କୋର୍ଟରେ ଉପସ୍ଥାନ କରିଛନ୍ତି । ଏହି ମାମଲାର ଆଜି କୋର୍ଟ ଶୁଣାଣି କରିଥିଲେ ମଧ୍ୟ ଆସନ୍ତା କାଲି ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି । ସରୋଜର ମା’ଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Related posts

ବାବୁସାନ ଘରକୁ ଫେରିବାକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା 

mahabharatanews

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

mahabharatanews

ଡଙ୍ଗା ବୁଡିବା ଘଟଣା: ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକକୁ ଗିରଫ

mahabharatanews