ଓଡିଶା

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

(ଜ୍ୟୋତିରଞ୍ଜନ ଧର/ କଣିହାଁ): ସମଗ୍ର ଦେଶରେ କରୋନା ଭୁତାଣୁ କୁ ପ୍ରତିହତ କରିବା ପାଇଁ ସାରା ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ (ତାଲାବନ୍ଦ) ଜାରୀ ରହିଛି । କିପରି ଏହି ମହାମାରିରୁ ରାକ୍ଷା ପାଇହେବ ସେ ନେଇ ପୋଲିସ ବାହିନୀ , ଗଣମାଧ୍ୟମ, ସ୍ୱାସ୍ଥ୍ୟକର୍ମୀ ଠାରୁ ଆରମ୍ଭ କରି ଡାକ୍ତର ସମେତ ବିଭିନ୍ନ ସାମାଜିକ ସଂଗଠନ ଏଥିପାଇ ଅହରହ ପ୍ରୟାସ ଜାରୀ ରଖିଛନ୍ତି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତସ୍ଥ ସାଇ ସ୍ୱୟଂ ସହାୟକ ଗାଁ ଗାଁ ବୁଲି କରୋନାରୁ କିପରି ରକ୍ଷା ପାଇହେବ ସେ ନେଇ ଲୋକଙ୍କୁ ସଚେତନ କରିବା ସହ ନିଜ ଖର୍ଚ୍ଚରେ ୫ ଶହରୁ ଅଧିକ ମାସ୍କ ବାଣ୍ଟିଛନ୍ତି ।

ଏହି ଅଵସରରେ କଣିହାଁ ବିଡ଼ିଓ ରମେଶ କୁମାର ଜେନା, ଅତିରିକ୍ତ ତହସିଲଦାର ରବୀନ୍ଦ୍ର ସାମଲ, ସମ୍ପୃକ୍ତ ସ୍ୱୟଂସହାୟକା ଗୋଷ୍ଠିର ସଭାନେତ୍ରୀ ନିରୁପମା ବିଶ୍ୱାଳ ,ସମ୍ପାଦକ ଟୁନିଲତା ବିଶ୍ୱାଳ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ଓ ଜୟନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

mahabharatanews

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

mahabharatanews

ଥାନା ଅଧିକାରୀଙ୍କ ମୃତ୍ୟୁ ପରେ ସହର ଦୋକାନ ବଜାର ବନ୍ଦ

mahabharatanews