ଓଡିଶା

ନାରୀ ସୁରକ୍ଷା ପାଇଁ ଇଞ୍ଜିନିୟରିଂ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସେପ୍ଟି ବେଲ୍ଟ

ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ ନାରୀ ସୁରକ୍ଷା, ମୁଖ୍ୟତଃ ନାବାଳିକା ଧର୍ଷଣ, ଅପହରଣ ରାଜ୍ୟ ତଥା ଦେଶ ପାଇଁ ଉଦ୍ବେଗର କାରଣ ହୋଇଛି । ନାରୀ ସୁରକ୍ଷା ପାଇଁ ଯେତେ ନିୟମ କରାଗଲେ ମଧ୍ୟ ଆଇନରେ ରହିଯାଇଥିବା ଛୋଟ ମୋଟ ଗଳି ଦେଇ ଅପରାଧି ଖସିଯାଉଛନ୍ତି ତ କେଉଁଠି ପ୍ରଶାସନ ଓ ସରକାର ମଧ୍ୟ ଅପରାଧିଙ୍କୁ ସୁରକ୍ଷା ଯୋଗାଉଛି, ଯାହାର ଏକ ସଦ୍ୟ ଉଦାହରଣ ନୟାଗଡର ପରୀ, ଯାଜପୁରର ପିହୁ ଓ ଗତକାଲି ଉତ୍ତର ପ୍ରଦେଶରେ ୫୦ ବର୍ଷୀୟା ମହିଳାଙ୍କ ସହ ନିର୍ଭୟା କାଣ୍ଡର ପୁନରାବୃତ୍ତି । ତେଣୁ ନାରୀ ସୁରକ୍ଷା ପାଇଁ ନିଜସ୍ୱ ଉଦ୍ୟମରେ ଜୟପୁରର ଜଣେ ଯୁବକ ଏକ ଉପକରଣର ବିକାଶ କରି ଏବେ ଚର୍ଚ୍ଚାରେ । ସେ ଏହା ପୂର୍ବରୁ ମଧ୍ୟ ସେ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର, ସୈନିକଙ୍କ ପାଇଁ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଆସିଥିବା ବେଳେ ଏବେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ସୁରକ୍ଷା ବେଲ୍ଟ ବା ସେପ୍ଟି ବେଲ୍ଟ ।

 
ଶିଶିର ନାମକ କୋରାପୁଟ ଜୟପୁରର ଏହି ଇଞ୍ଜିନିୟରିଂ ଯୁବକ ଇଞ୍ଜିନିୟରିଂ ପରେ ଏକକମ୍ପାନୀରେ କାର୍ଯ୍ୟ କରୁଥିଲେ । କିନ୍ତୁ ପରେ ଅସୁସ୍ଥତା କାରଣରୁ ସେ ଚାକିରି ଛାଡିଦେଇଥିଲେ । ପରେ ସେ ସୁସ୍ଥ ହୋଇ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ନିଜ ଇଞ୍ଜିନିୟରିଂ ଜ୍ଞାନ କୌଶଳର ବ୍ୟବହାର କରିବାକୁ ସେ ଭୁଲି ନାହାନ୍ତି । ଯେତେବେଳେ ସମୟ ମିଳିଛି ସେ ସମାଜର କଲ୍ୟାଣ ପାଇଁ କିଛି କିଛି ନୂଆ ଉଦ୍ଭାବନ କରି ଚାଲିଛନ୍ତି । କରୋନା କାଳରେ ସେ ଅଟୋମାଟିକ ହୋମ ସାନିଟାଇଜର ପ୍ରସ୍ତୁତ କରିଥିଲେ । ସେହିପରି ସୀମାନ୍ତରେ କାର୍ଯ୍ୟରତ ସୈନିକଙ୍କ ସୁରକ୍ଷା ପାଇଁ ସେ ରୋବୋ ହେଲମେଟର ବିକାଶ କରିଥିଲେ । ଏବେ ସେ ପ୍ରସ୍ତୁତ କରିଛନ୍ତି ମହିଳାଙ୍କ ପାଇଁ ସେପ୍ଟି ବେଲ୍ଟ । ଏହି ବେଲ୍ଟ ତିଆରି କରିବାକୁ ତାଙ୍କୁ ୨ ମାସ ସମୟ ଲାଗିଥିବା ବେଳେ ଏହାର ପ୍ରସ୍ତୁତି ପାଇଁ ଖର୍ଚ୍ଚ ହୋଇଛି ୧ହଜାର ୧ ଶହ ଟଙ୍କା ।

ମହିଳାମାନେ ବାହାରକୁ ବାହାରିବା ବେଳେ ଏହି ବେଲ୍ଟକୁ ଅଣ୍ଟାରେ ବାନ୍ଧିବେ । ବେଲ୍ଟରେ ଜିପିଆରଏସ ସିଷ୍ଟମ ରହିଛି । ବେଲ୍ଟ ମୋବାଇଲ ସହ ସଂଯୁକ୍ତ ହୋଇଥିବାରୁ ଜିପିଆରଏସ ସିଷ୍ଟମ ଆକ୍ଟ ରହିଛି । କୌଣସି ସ୍ଥାନରେ କେହି ତାଙ୍କୁ ଅନୁସରଣ କରୁଥିଲେ ବା ସେ କୌଣସି ବିପଦରେ ଥିଲେ ବେଲ୍ଟର ବଟମକୁ ଚାପିବେ । ଫଳରେ ତାଙ୍କ ମୋବାଇଲ ମାଧ୍ୟମରେ ପରିବାର ଲୋକେ ସୂଚନା ପାଇ ତାଙ୍କ ଅବସ୍ଥିତି ସମ୍ପର୍କରେ ଜାଣିପାରିବେ ଓ ଆବଶ୍ୟକ ହେଲେ ପୁଲିସର ସହଯୋଗ ନେଇ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ଶିଶିରଙ୍କ ବିଶ୍ୱାସ ଏହି ଉପକରଣଟି ମହିଳାଙ୍କୁ ସୁରକ୍ଷା ଦେବାରେ ସହାୟକ ହେବ ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧ କମିବ ।

 

Related posts

କାଳବୈଶାଖୀରେ ବେହାଲ ଟ୍ୱିନ୍‌ସିଟି

mahabharatanews

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ଗୁରୁତର

mahabharatanews

ଆଜି ରାଜ୍ୟରେ ୧୪୮୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews