ଓଡିଶା

୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା

(ମାଲକାନଗିରି, ସୂର୍ଯ୍ୟକାନ୍ତ ବେହେରା): ଲକ ଡାଉନ ପାଇଁ ସମସ୍ତ ରାଜ୍ୟ ସୀମାନ୍ତ ସିଲ ହେବାସ୍ୱତ୍ୟେ ମଧ୍ୟ ରାଜ୍ୟ ବାହାରେ କାମକରୁଥିବା ଶ୍ରମିକମାନେ ଲୁଚିଛପି ଚାଲି ଚାଲି ଆସିବାକୁ ପଛାଉ ନାହାଁନ୍ତି କ୍ଷଆନ୍ଦ୍ରପ୍ରଦେଶ ,ତେଲାଙ୍ଗନା,ଭଦ୍ରାଚଳମ,ବେଙ୍ଗାଲୁର,ହାଇଦ୍ରାବାଦ ଅଚଂଳକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ଲକ ଡାଉନ ହୋଇଥିବା ଯୋଗୁ ଗତ ୧୬ଦିନ ମଧ୍ୟରେ ପ୍ରାୟ ୧୨୦୦ରୁ ଉର୍ଦ୍ଦ ଜଣ ଶ୍ରମିକ ଶହ ଶହ କିଲୋମିଟର ଚାଲି ଚାଲି ସୀମାନ୍ତ ମୋଟୁ ଠାରେ ପ୍ରବେଶ କରିଛନ୍ତି । ଲକ ଡାଉନ ସମୟରେ ଯାନବାହନ ଚଳାଚଳ କରୁନଥିବାରୁ ବିଭିନ୍ନ ରାଜ୍ୟକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ବିଭିନ୍ନ ଉପାୟରେ ନିଜ ନିଜ ଘରକୁ ପଳାଇ ଆସୁଥିବାର ଜଣାପଡିଛି । କତେଦିନ ଭୋକ ଉପାସରେ ପିଲା ଛୁଆ ଛାଡି ବାହାର ରାଜ୍ୟରେ ପଡିରହିବେ, ତେଣୁ ସେମାନେ ଚାଲି ଚାଲି ତ ଆଉକିଏ ସାଇକେଲରେ ଯାତ୍ରା କରି ଓଡିଶାର ସୀମାନ୍ତ ମୋଟୁ ଠାରେ ପହଁଚିବା ପରେ ସେଠାରେ ସେମାନଙ୍କୁ ଜିଲ୍ଲାପ୍ରଶାସନ ଅଟକାଇ କ୍ୱାରେଟାଂଇନ ଗୃହକୁ ପଠାଇଦେଇଛନ୍ତି ।ଗତ ଦୁଇଦିନରେ ତେଲାଙ୍ଗାନା ଓ ବେଙ୍ଗାଲୁର ଠାରୁ ୫୮ଜଣ ଶ୍ରମିକ ପଳାଇ ଆସି ମୋଟୁ ଠାରେ ପହଁଚିଛନ୍ତି । ଗତ କାଲି ବେଙ୍ଗାଲୁର ରୁ ସାଇକେଲ ଯୋଗେ ୨୭ଜଣ ଓ ଆଜି ସକାଳେ ତେଲାଙ୍ଗାନା ରାଜ୍ୟରୁ ୧୧ଜଣ ଓ ସନ୍ଧ୍ୟାରେ ୨୦ଜଣ ଶ୍ରମିକ ଚାଲି ଚାଲି ମୋଟୁଠାରେ ପହଁଚିଥିବାର ଜଣାପଡିଛି । ଏହି ଶ୍ରମିକ ମାନେ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତ ମୋଟୁ ସିଲେରୁ ନଦୀର କାଲେରୁ ପୋଲ ପାରହୋଇ ମାଲକାନଗିରି ଜିଲ୍ଲାକୁ ଫେରୁଥିବାର ଖବର ପାଇ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର,ମୋଟୁ ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରମୁଖ ମୋଟୁ କାଲେରୁ ପୋଲ ଚେକଗେଟ ନିକଟକୁ ଯାଇ ରାଜ୍ୟଫେରନ୍ତା ଶ୍ରମିକ ମାନଙ୍କୁ ସେଠାରେ ଅଟକାଇ ଥିଲେ । ସେମାନଙ୍କୁ ପଚରାଉଚରା କରିବାରୁ ଜଣାପଡିଥିଲା ସେମାନେ ମାଲକାନିଗିରି ଜିଲ୍ଲାର ବାସିନ୍ଧା ସବୁ ତେଲାଙ୍ଗାନା,ବେଙ୍ଗାଲୁ.ହାଇଦ୍ରାବାଦ,ଭଦ୍ରାଚଳମ କୁ କାମକରିବାକୁ ଯାଇଥିଲେ । ଲକ ଡାଉନ ହୋଇ ଯାଇଥିବାରୁ କାମବନ୍ଦ ହୋଇଗଲା କେତେ ଦିନ ସେମାନେ ସେଠାରେ ଓପାସ ଭୋକରେ ପଡି ରହିବେ ତେଣୁ ସେମାନେ ସେଠାରୁ ଚାଲି ଚାଲି ଆସିଛନ୍ତି ବୋଲି କହିଥିଲେ । ଏହି ଶ୍ରମିକ ମାନଙ୍କୁ ଚେକଗେଟ ନିକଟରେ ଅଟକାଇ ସାନିଟାଇଜ କରାଯାଇ ଜଳଖିଆ ଖାଇବାକୁ ଦିଆଯାଇ ଦୁଇଟା ଲେଖା ମାସ୍କ ପିନ୍ଧିବାକୁ ଦିଆଯାଇଥିଲା । ବାହାର ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ୧୪ଦିନ ପାଇଁ କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଯାଇଛି । ସେମାନଙ୍କୁ ତହସିଲାଦାର,ଥାନା ଅଧିକାରୀ ଅଟକ ରଖି ଲକଡାଉନ ନିୟମ ପାଳନ ର ଜନ ସଚେତନତା ବାର୍ତା ଦେବାସହିତ, ମୋଟୁ ଅଚଂଳର ମା ତାରାତାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଏହି ଶ୍ରମିକ ମାନଙ୍କୁ ୨ଟି ଲେଖା ମାସ୍କ,ହାତଧୋଇବା ପାଇଁ ସାବୁନ ପ୍ରଦାନ କରିଥିଲେ । । ସମସ୍ତ ରାଜ୍ୟ ଫେରନ୍ତା ଶ୍ରମିକ ମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ଏମପିଭି ୮୨,ଏମପିଭି ୮୩କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଯାଇଛି ।

Related posts

ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା

mahabharatanews

ସରିଛି ୫ଜି ସ୍ପେକ୍ଟ୍ରମ ନିଲାମ

mahabharatanews

ନକଲି ବିଦେଶୀ ମଦ ଜବତ, ୨ ଗିରଫ

mahabharatanews