ଓଡିଶା

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ ସୁଶ୍ରୀ: ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ଇଣ୍ଡିଆନ ଅଏଲର ସିଏସଆର ସହଯୋଗରେ ଆରମ୍ଭ ହୋଇଛି । ବିନ୍ଦୁସାଗର ସଫେଇ ପାଇଁ ୭୦ ଲକ୍ଷ ଟଙ୍କା ଯୋଗାଇ ଦେଉଛି ସିଏସଆର । ବିନ୍ଦୁସାରଗ ପୁନଃଉଦ୍ଧାର ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯିବ । ଏଚଡିସି ରିଆକ୍ଟର ସହ ୪ଟି ପମ୍ପିଂ ସିଷ୍ଟମ ଚତୁପାଶ୍ୱର୍ରେ ଲଗାଯାଇ ବିନ୍ଦୁ ସାଗର ପାଣିକୁ ସ୍ୱଚ୍ଛ ଓ ନିର୍ମଳ କରିବାର ଯୋଜନା ରହିଛି । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହିମା ସାରା ବିଶ୍ୱରେ ପହଞ୍ଚାଇବା ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଇଣ୍ଡିଆନ ଅଏଲ ସହଯୋଗରେ ପଦକ୍ଷେପ ନିଆଯାିଛି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ ରଘୁନାଥ ମହାପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ ପ୍ରମୁଖ ଯୋଗ ଦେଇଛନ୍ତି ।

Related posts

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

ଡିଫେନ୍ସ ସିକ୍ୟୁରିଟି କର୍ପ୍ସ ତରଫରୁ ଗରିବଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ

mahabharatanews

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

mahabharatanews