ଭୁବନେଶ୍ୱର/ ସୁଶ୍ରୀ: ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ଇଣ୍ଡିଆନ ଅଏଲର ସିଏସଆର ସହଯୋଗରେ ଆରମ୍ଭ ହୋଇଛି । ବିନ୍ଦୁସାଗର ସଫେଇ ପାଇଁ ୭୦ ଲକ୍ଷ ଟଙ୍କା ଯୋଗାଇ ଦେଉଛି ସିଏସଆର । ବିନ୍ଦୁସାରଗ ପୁନଃଉଦ୍ଧାର ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯିବ । ଏଚଡିସି ରିଆକ୍ଟର ସହ ୪ଟି ପମ୍ପିଂ ସିଷ୍ଟମ ଚତୁପାଶ୍ୱର୍ରେ ଲଗାଯାଇ ବିନ୍ଦୁ ସାଗର ପାଣିକୁ ସ୍ୱଚ୍ଛ ଓ ନିର୍ମଳ କରିବାର ଯୋଜନା ରହିଛି । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହିମା ସାରା ବିଶ୍ୱରେ ପହଞ୍ଚାଇବା ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଇଣ୍ଡିଆନ ଅଏଲ ସହଯୋଗରେ ପଦକ୍ଷେପ ନିଆଯାିଛି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ ରଘୁନାଥ ମହାପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ ପ୍ରମୁଖ ଯୋଗ ଦେଇଛନ୍ତି ।
previous post
