ଓଡିଶା

ଆଠଗଡରେ ଆତଙ୍କ: ଗୋଟିଏ ଗାଁରୁ ୧୬ ପଜିଟିଭ ଚିହ୍ନଟ 

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାକୁ ନେଇ ରାଜ୍ୟବାସୀ ଆଶ୍ୱସ୍ତ ଅନୁଭବ କରୁଥିବା ବେଳେ କିନ୍ତୁ ଆଠଗଡରେ ଆତଙ୍କ । ଗୋଟିଏ ଗାଁରୁ ଏକାସଙ୍ଗେ ୧୬ ପଜିଟିଭ ଚିହ୍ନଟ । ଆଠଗଡ଼ ବ୍ଲକ ଖଣ୍ଡୁଆଳି ଗାଁରୁ ଏକାଧରେ ୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
୭୦୦ ଜନସଂଖ୍ୟା ବିଶିଷ୍ଟ ଖୁଣ୍ଡୁଆଳି ଗାଁର ୧୫୦ ଜଣଙ୍କ କରୋନା ପରୀକ୍ଷା ହୋଇଥିଲା, ସେମାନଙ୍କ ମଧ୍ୟରୁ ୧୬ ଜଣ ପଜିଟିଭ ଥିବା ଜଣାପଡିଛି । ଏହାପରେ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏହି ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ପଜିଟିଭ୍ ଚିହ୍ନଟ ପରେ କରୋନା ଆକ୍ରାନ୍ତ ୧୬ ଜଣଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ପଜିଟିଭ ଚିହ୍ନଟ ଲୋକଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ଆହୁରି ଟେଷ୍ଟି ହେବ ବୋଲି ପ୍ରଶାସନ ସୂଚନା ଦେଇଛି।

 

Related posts

ଝାରସୁଗୁଡା ବିକାଶ ପାଇଁ ବିଜେଡି ତାର ଉଦ୍ୟମ ଜୋରଦାର କରିବ

mahabharatanews

ଅଚାନକ ନିଖୋଜ ସ୍ତ୍ରୀ , ସ୍ୱାମୀ ଥାନାର ଦ୍ୱାରସ୍ଥ

mahabharatanews

ସେଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର: ୨୫୦ ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା

mahabharatanews