ଓଡିଶା

ଆଠଗଡରେ ଆତଙ୍କ: ଗୋଟିଏ ଗାଁରୁ ୧୬ ପଜିଟିଭ ଚିହ୍ନଟ 

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାକୁ ନେଇ ରାଜ୍ୟବାସୀ ଆଶ୍ୱସ୍ତ ଅନୁଭବ କରୁଥିବା ବେଳେ କିନ୍ତୁ ଆଠଗଡରେ ଆତଙ୍କ । ଗୋଟିଏ ଗାଁରୁ ଏକାସଙ୍ଗେ ୧୬ ପଜିଟିଭ ଚିହ୍ନଟ । ଆଠଗଡ଼ ବ୍ଲକ ଖଣ୍ଡୁଆଳି ଗାଁରୁ ଏକାଧରେ ୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
୭୦୦ ଜନସଂଖ୍ୟା ବିଶିଷ୍ଟ ଖୁଣ୍ଡୁଆଳି ଗାଁର ୧୫୦ ଜଣଙ୍କ କରୋନା ପରୀକ୍ଷା ହୋଇଥିଲା, ସେମାନଙ୍କ ମଧ୍ୟରୁ ୧୬ ଜଣ ପଜିଟିଭ ଥିବା ଜଣାପଡିଛି । ଏହାପରେ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏହି ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ପଜିଟିଭ୍ ଚିହ୍ନଟ ପରେ କରୋନା ଆକ୍ରାନ୍ତ ୧୬ ଜଣଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ପଜିଟିଭ ଚିହ୍ନଟ ଲୋକଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ଆହୁରି ଟେଷ୍ଟି ହେବ ବୋଲି ପ୍ରଶାସନ ସୂଚନା ଦେଇଛି।

 

Related posts

ସୁରୁଖୁରୁରେ ନୀତିକାନ୍ତି ସମ୍ପନ୍ନ: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ

mahabharatanews

ଗଣିଆଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

ନବ ଦମ୍ପତ୍ତିଙ୍କୁ ଗିପ୍ଟ ଦେବେ ସରକାର

mahabharatanews