ଓଡିଶା

ଗଣିଆଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ମଣ୍ଡଳ ପକ୍ଷରୁ ସ୍ଥାନୀୟ ମାଉଣ୍ଟେନ ଭ୍ୟୁ ରେଷ୍ଟୁରାଣ୍ଟ ପରିସରରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନ ମଜବୁତ କରିବା ଦିଗରେ ଦିଗଦର୍ଶନ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଦଳୀୟ କାର୍ଯ୍ୟପ୍ରଣାଳୀ ଏବଂ ଆଦର୍ଶ ସମ୍ପର୍କରେ କର୍ମକର୍ତ୍ତାମାନଙ୍କୁ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସାଂସଦ ଶ୍ରୀ ପାଣିଗ୍ରାହୀ ନିଜ ଅଭିଭାଷଣରେ ସଂଗଠନକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ। ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଚନ୍ଦ୍ର ଶେଖର ଦାଶ, ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଦାଶ, ମଣ୍ଡଳ ମହିଳା ସଭାନେତ୍ରୀ ମଞ୍ଜୁଲତା ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମଧୁସ୍ମିତା ବଳିଆରସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଭୂଷଣ ପଣ୍ଡା, ଶୁଭ୍ରଜିତ ପଣ୍ଡାଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବହୁ ପଦାଧିକାରୀ ଏହି ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଅନେକ ସକ୍ରିୟ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶିବିରକୁ ସଫଳ କରିଥିଲେ ।

Related posts

ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

mahabharatanews

କରୋନା ସମ୍ପର୍କିତ ଗୁଜବ ପ୍ରଚାର କରି ଯୁବକ ଗିରଫ

mahabharatanews

ସରକାରର ହୀନମନ୍ୟତାକୁ ଦର୍ଶାଉଛି କ୍ରାଇମବ୍ରାଞ୍ଚର ପଦକ୍ଷେପ

mahabharatanews