Uncategorized

ବାଇଡେନଙ୍କ ଉଦ୍ଘାଟନୀ ଉଦବୋଧନର ଲେଖକ ଜଣେ ଭାରତୀୟ

ୱାସିଂଟନ: ଜୋ ବାଇଡେନ ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ଉଦବୋଧନ ଦେବାକୁ ଯାଉଛନ୍ତି । ଏହି ଉଦବୋଧନରେ ସେ ରାଷ୍ଟ୍ରର ଏକତାକୁ ଗୁରୁତ୍ୱ ଦେବେ ବୋଲି ବାଇଡେନଙ୍କ ଜଣେ ନିକଟତମ ପରାମର୍ଶଦାତା ସୂଚନା ଦେଇଛନ୍ତି । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ବାଇଡେନ କାପିଟାଲର ପଶ୍ଚିମ ସମ୍ମୁଖଭାଗରେ ମୁଖ୍ୟ ବିଚାରପତି ଜନ ରବର୍ଟଙ୍କ ଠାରୁ ଶପଥ ଗ୍ରହଣ କରିବେ । ଏହି ଅବସରରେ ସେ ଦେଶବାସୀଙ୍କୁ ଏହି ଅଦୃଶ୍ୟ ସଂକଟକାଳରେ ଏକତ୍ରିତ ରହିବାକୁ ଆହ୍ୱାନ ଦେବେ ବୋଲି ପରାମର୍ଶଦାତା କହିଛନ୍ତି ।
ତେବେ ଆଜିର ଏହି ଉଦବୋଧନ ମୁଖ୍ୟତଃ ରାଷ୍ଟ୍ରର ଏକତା ଉପରେ ଲେଖା ଯାଇଛି । ତେବେ ସବୁଠାରୁ ବଡ କଥା ଏହି ଭାଷଣକୁ ଜଣେ ଭାରତୀୟ ଆମେରିକୀୟ ଲେଖିଛନ୍ତି । ଏହି ଭାରତୀୟ ଆମେରିକୀୟଙ୍କ ନାମ ବିନୟ ରେଡ୍ଡି । ରେଡ୍ଡି ୨୦୧୩-୨୦୧୭ ପର୍ଯ୍ୟନ୍ତ ବାଇଡେନଙ୍କ ଉପରାଷ୍ଟ୍ରପତିତ୍ୱ କାଳରେ ତାଙ୍କ ମୁଖ୍ୟ ଭାଷଣ ଲେଖକ ଥିଲେ । ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ଲେଖକ ଭାବେ ରେଡ୍ଡି ପ୍ରଥମ ଭାରତୀୟ ଆମେରିକୀୟର ଗୌରବ ହାସଲ କରିଛନ୍ତି । ବାଇଡେନଙ୍କ ଭାଷଣରେ ତାଙ୍କ ନିର୍ବାଚନୀ ପ୍ରଚାର ସମୟର ବିଷୟବସ୍ତୁ ଯେମିତି ଏକତା, ଦ୍ୱିପାକ୍ଷିକତା, ସମ୍ଭାବନାକୁ ନେଇ ଲେଖା ଯାଇଛି ।

Related posts

ଆସାମର ବୁର୍ହି ଦିହିଙ୍ଗ ନଦୀରେ ନିଆଁ

mahabharatanews

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews

ତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେ

mahabharatanews