ରାଜନୀତି

ସଂସଦରେ ଓଡିଆରେ ମହିଳା ସଂରକ୍ଷଣକୁ ନେଇ ଦାବି ଉଠାଇଲେ ସସ୍ମିତ

ନୂଆଦିଲ୍ଲୀ: ଆଜି ସକାଳେ ରାଜ୍ୟସଭାରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପାଇଁ ଦାବି କରିଛନ୍ତି । ରାଜ୍ୟ ସଭାର ଶୂନ୍ୟ କାଳରେ ମହିଳା ସଂରକ୍ଷଣ ବିଲ୍ ପାସ୍ ପାଇଁ ନବୀନ ପଟ୍ଟନାୟକ ଅନେକ ବର୍ଷ ଧରି କାର୍ୟ୍ୟ କରିଥିଲେ। ମାତୃଭାଷା ଓଡିଆ ଭାଷାରେ ଭାଷଣ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ମହିଳା ସଶକ୍ତିକରଣ ଭାରତରେ ଏବଂ ବିଶେଷକରି ଅର୍ଥନୀତି, ସାମାଜିକ ତଥା ରାଜନୈ ତିକ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବିଜେଡି ସଂସଦରେ ଦାବି ଉଠାଇଛି । ଗତ ସାଧାରଣ ନିର୍ବାଚନରେ ବିଜେଡି ନିଜଆଡୁ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ଠିଆ କରାଇ ଉଦାହରଣ ସୃଷ୍ଟି କରିଥିଲା । ତେଣୁ ବିଧିବଦ୍ଧ ଭାବେ ମହିଳାଙ୍କ ପାଇଁ ସଂସଦର ଉଭୟ ଗୃହରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଆଇନ୍ ପାସ୍ କରିବାକୁ ସସ୍ମିତ ଦାବି କରିଛନ୍ତି । ମହିଳା ସଂରକ୍ଷଣ ବିଲ୍ ମାଧ୍ୟମରେ ହିଁ ମହିଳା ସଶକ୍ତିକରଣ ସମ୍ଭବ ହେବ ବୋଲି ସସ୍ମିତ ଯୁକ୍ତି ବାଢିଛନ୍ତି ।
ରାଜ୍ୟସଭା ଅଧ୍ୟକ୍ଷ ସସ୍ମିତଙ୍କ ଓଡିଆରେ ଭାଷଣ ପ୍ରଦାନକୁ ପ୍ରଶଂସା କରିଛନ୍ତି । ରାଜ୍ୟସଭାରେ ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି। ଯାହା ଏକ ଭଲ କଥା ବୋଲି ଶ୍ରୀ ନାଇଡୁ କହିଛନ୍ତି। ନିଜ ଭାଷାରେ ସାଂସଦମାନେ ଦାବି ଉପସ୍ଥାପନ କରୁଥିବା ଏକ ଭଲ କଥା ବୋଲି ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ।

 

Related posts

ବିଜେଡିରେ ମିଶିଲେ କବିସୂର୍ୟ୍ୟନଗରର ବିଜେପି ଓ କଂଗ୍ରେସ କର୍ମୀ

mahabharatanews

ପଶ୍ଚିମ ବଙ୍ଗରେ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ରେ ଉପନିର୍ବାଚନ

mahabharatanews

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୬.୨୪% ମତଦାନ

mahabharatanews