ସେଖ ପୈଜାନ କାଦ୍ରୀ/ଭଦ୍ରକ: ଭଦ୍ରକ ବାଇପାସ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ବାଇପ।।ସ ନିଟକବର୍ତ୍ତୀ ସରକାର ନଗର ପାଖରେ ଏହି ଦୁର୍ଘଟଣା ହୋଇଛି ।
ଭଦ୍ରକ ବାସୁଦେବ ପୁରର ସନ୍ଧ୍ୟାରାଣୀ ବାରିକ, ଓ ତାଙ୍କ ପୁତୁରା ଏକ ସ୍କୁଟିରେ କୌଣସି କାମରେ ଯାଉଥିଲେ । ସରକାର ନଗର ନିକଟରେ ସେମାନଙ୍କ ସ୍କୁଟି ଏକ ହାଇବା ସହିତ ଧକ୍କା ହେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସନ୍ଧ୍ୟାରାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୁତୁରା ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୁରୁଣାବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
