ସ୍କୁଲରେ କୋଭିଡ-୧୯ ନିୟମ କଡା ପାଳନ ନ ହେଲେ ହେବ ଦଣ୍ଡବିଧାନ
ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଫେରିଛି କରୋନା । ଏହାକୁ ନେଇ ପୁଣି ଲକଡାଉନ ଫେରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର କୋଭିଡ ନିୟମାବଳୀକୁ ପୁନଃ କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦେଖି ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସ୍କୁଲରେ କୋଭିଡ ନିୟମ କଡା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି କରାଯାଇଛି ।
ସ୍କୁଲରେ ଏସଆରସିଙ୍କ ଗାଇଡଲାଇନ ପାଳନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସ୍କୁଲ ସାନିଟେସନ କାର୍ୟ୍ୟ ସହ କୋଭିଡ-୧୯ କଟକଣା ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ମାନିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ସେହିପରି ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି । କଟକଣା ନ ମାନିଲେ ଗାଇଡଲାଇନ୍ ଅନୁସାରେ ଦଣ୍ଡିତ ହେବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ କୋଭିଡ୍ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସବୁ ଜିଲ୍ଲାପାଳ, ଏସ୍ପି ଏବଂ ମହାନଗର ନିଗମ କମିଶନରଙ୍କୁ କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ଗତକାଲି ଚିଠି ଲେଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ କଡ଼ାକଡ଼ି ଭାବେ ପାଳନ କରିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କରୋନା ସଂପର୍କରେ ସଚେତନ କରାଇଇବାକୁ ମାଇକ ଯୋଗେ ପ୍ରଚାର କରିବାକୁ ମଧ୍ୟ କୁହାଯାଇଛି ।
Anonymous patient. cialis price Healthline Medical Team Answers represent the opinions of our medical experts.
