ଅପରାଧ

ପିକଅପ ଭ୍ୟାନରୁ ୫୦ କେଜି ଗଞ୍ଜେଇ ଜବତ, ୩  ଗିରଫ 

ଭୁବନେଶ୍ୱର/ସରୋଜ ରାଉତ: ଆଜି ଭୋର ସମୟରେ ଅବକାରୀ ଦଳ ତମାଣ୍ଡୋ ନିକଟରୁ ୫୦ କିଲୋ ଓଜନର ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସବିତା ଦିଗଲ(୩୦), ମମତା ଦିଗାଲ (୩୫), ସୁରଥ ବେହେରା (୪୫) । ଏମାନଙ୍କ ଘର ଫୁଲବାଣୀରେ ।
ସୂଚନା ଅନୁଯାୟୀ, ଭୋର ପ୍ରାୟ ୫ଟା ସମୟରେ ଭୁବନେଶ୍ୱର ଅବକାରୀ ବିଭାଗର ଏକ ଟିମ ତମାଣ୍ଡୋ ଏନଏଚ ନିକଟରେ ରୁଟିନ ଚେକିଂ ଚଳାଇଥିଲା । ଏହି ସମୟରେ ସେହି ରାସ୍ତାଦେଇ ଯାଉଥିବା ଓଡି-୦୨-ବିଏମ-୬୩୭୬ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନ୍କୁ ଚେକିଂ କରୁଥିବା ବେଳେ ଗାଡିରୁ ଗଞ୍ଜେଇ ମିଳିଛି । ପୁଲିସ ଏହି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ କେଜି ହେବ ।

 

Related posts

୧୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

mahabharatanews

ଭଲ ପାଇ ବିବାହ କଲେ, ପରେ ସନ୍ଦେହ କରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

mahabharatanews

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

mahabharatanews