ଅପରାଧ

ସାମାନ୍ୟ ବଚସାରୁ ଯୁବକଙ୍କୁ ଗୁଳିମାଡ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ବେଲଗାଁରେ ଗୁଳିକାଣ୍ଡ ଘଟିଛି । ଏଠାରେ ଏକ ବିଦେଶୀ ମଦ ଦୋକାନ ସାମ୍ନାରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ଏଥିରେ ଗାନ୍ଧିନଗର ପଡାର ମମିଲ ମହାଲିଙ୍ଗ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ପେଶାରେ ସେ ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବ୍ୟବସାୟୀ ଜଣକ କୌଣସି କାମରେ ବଲାଙ୍ଗୀର ଯାଇଥିଲେ । ସେଠାରେ ଏକ ବିଦେଶୀ ମଦ ଦୋକାନ ସାମ୍ନାରେ ଛିଡା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାକୁ ଆସି ମଦ ପିଇଥିଲେ । ସେମାନେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ମମିଲଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ଏହାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିବାରୁ ଦୁର୍ବୁତ୍ତମାନେ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇ ଯାଇଥିଲେ । ଏଥିରେ ମମିଲ ଆହତ ହୋଇଛନ୍ତି । ତାଙ୍କର ବାମ ହାତର ପାପୁଲିରେ ଗୁଳିମାଡ ହୋଇଛି । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସେ ଥାନାରେ ଏତଲା ଦେଇଛନ୍ତି । ତେବେ ଯୁବକଙ୍କୁ ଗୁଳିମାଡ କରିଥିବା ଦୁର୍ବୁତ୍ତମାନେ କିଏ ସେ ନେଇ କୌଣସି ତଥ୍ୟ ହାସଲ ହୋଇପାରିନଥିବା ବେଳେ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

Related posts

୨ ପିଲାଙ୍କ ଝଗଡ଼ାରୁ ମହିଳାଙ୍କୁ ପିଟି ପିଟି ହତ୍ୟା,ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

mahabharatanews

ବାଇକରେ ଆସି ବ୍ୟବସାୟୀଙ୍କୁ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

mahabharatanews

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews