ଓଡିଶା

ମାଟି ଅତଡା ତଳେ ଫସିଗଲେ ଶ୍ରମିକ

କାମାକ୍ଷାନଗର: ଏକ କୂଅ ଖୋଳୁ ଚାଲିଥିବା ବେଳେ ମାଟି ଅତଡା ଖସି ଚାପିହୋଇ କୂଅରେ ଫସିଗଲେ ଶ୍ରମିକ । ଫସି ରହିଥିବା ଶ୍ରମିକ ଜଣଙ୍କ ହେଲେ କାମାକ୍ଷାନଗର ଦିଗୋଡିଆ ସାହିର ଧୂଳିଆ ମଲ୍ଲିକ । ଶ୍ରମିକଙ୍କ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଲାଗିଛି । ଜେସିବିରେ ମାଟି ଉଡାଯାଉଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଧୀନ ଆଳୁତୁମା ଗାଁରେ ଜଣେ ବ୍ୟକ୍ତିଙ୍କ କୂଅ ଖୋଳା କାମ ଆଜି ସକାଳୁ ଆରମ୍ଭ ହୋଇଥିଲା । ଏହି କାମରେ ୫ ଜଣ ଶ୍ରମିକ ନିୟୋଜିତ ଥିଲେ । ମାଟି ଖୋଳା ଯାଉଥିବା ବେଳେ ହଠାତ ମାଟି ଅତଡା ଶ୍ରମିକଙ୍କ ଉପରେ ଖସିଥିଲା । ଅନ୍ୟ ୪ ଜଣ ସୁରକ୍ଷିତ ଥିବା ବେଳେ ଜଣେ ଶ୍ରମିକ ମାଟି ଅତଡା ଭିତରରେ ଚାପି ରହିଥିଲେ । ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ୩ଟି ଜେସିବି ମେସିନ ସାହାଯ୍ୟରେ ଖୋଳି ବାହାର କରି ଶ୍ରମିକ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି ।

 

Related posts

୧୮ ବର୍ଷରୁ କମ୍ ୩ ଜଣ ଶିଶୁ ଶ୍ରମିକ ରାସ୍ତା ନିର୍ମାଣ କାର୍ୟ୍ୟରେ ନିୟୋଜିତ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ ଚିହ୍ନଟ

mahabharatanews

ଯୁବଶିଳ୍ପୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

mahabharatanews