ଓଡିଶା

ଘରୋଇ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ବିଏମସି ଆଜି ସିଲ କରି ଦେଇଛି । ନୟାପଲ୍ଲୀରେ ଥିବା ଅଦ୍ୱିତୀୟ ଏକାଡେମୀ ଦ୍ୱାରା କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନକୁ ନେଇ ଏହି ଅନୁଷ୍ଠାନକୁ ବନ୍ଦ କରାଯାଇଛି । ଗତକାଲି ମଧ୍ୟ ସେହି ନୟାପଲ୍ଲୀର ଏକ ହଷ୍ଟେଲକୁ ସିଲ କରାଯାଇଥିଲା ।
ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିଏମସି କରୋନା କଟକଣାକୁ କଡାକଡି କରିଛି । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାଜଧାନୀସ୍ଥିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯିବା ସହ ସମସ୍ତ ହଷ୍ଟେଲ ଖାଲି କରାଯାଇଛି । ତଥାପି କିଛି ହଷ୍ଟେଲ ଓ ଶିକ୍ଷାନୁଷ୍ଠାନ ଖୋଲା ରହିଛି । କୋଭିଡ ଗାଇଡଲାଇନକୁ ଉଲ୍ଲଙ୍ଘନ କରି ଲୁଚା ଛପାରେ ହଷ୍ଟେଲ ଓ ଶିକ୍ଷାନୁଷ୍ଠାନ ଚାଲୁ ରହିଛି ।

Related posts

ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ

mahabharatanews

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବନାଇଲେ ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ

mahabharatanews

ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews