Uncategorized

ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ: ପ୍ରଥମ ଦିନରେ ୧.୫୫ କୋଟି ପଞ୍ଜିକରଣ

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷରୁ ୪୫ ବର୍ଷ ମଧ୍ୟରେ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ପଞ୍ଜିକରଣର ଗୋଟିଏ ଦିନରେ କୋୱିନ ପୋର୍ଟାଲରେ ୧.୫୫ କୋଟି ଲୋକ ନାମ ପଞ୍ଜିକରଣ କରିଛନ୍ତି । କୋୱିନ ଡାସବୋର୍ଡ ଅନୁଯାୟୀ, ଗୁରୁବାର ଦିନ ୨୩ ଲକ୍ଷ ଲୋକ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । ସକାଳ ୧୦.୩୦ ସୁଦ୍ଧା ମୋଟ ୨୩,୮୨,୭୫୬ ଲୋକ ସେମାନଙ୍କ ନାମ ପଞ୍ଜିକରଣ କରିସାରିଥିଲେ ।
ବୁଧବାର ଅପରାହ୍ନ ୪ଟାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ କେୱିନ ପୋର୍ଟାଲରେ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ମଧ୍ୟରାତ୍ର ବେଳକୁ ଗୋଟିଏ କୋଟି ଲୋକ ସେମାନଙ୍କ ନାମ ପଞ୍ଜିକରଣ କରିସାରିଥିଲେ । ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଆରଏସ ଶର୍ମା ଟ୍ୱିଟ କରି କହିଛନ୍ତି କି ୧.୩୩ ପଞ୍ଜିକରଣ ପରେ ପ୍ରଥମଦିନର ପଞ୍ଜିକରଣକୁ କେୱିନରେ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୧.୫୫ କୋଟି ଲୋକ ସେମାନଙ୍କ ନାମ ବୁଧବାର ଅପରାହ୍ନରୁ ପଞ୍ଜିକରଣ କରିସାରିଛନ୍ତି ।

Related posts

ଦେଶରେ ଦିନକରେ ୯୭ ହଜାର ୮୯୪ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ତୁମ ଅନୁପସ୍ଥିତିକୁ ପୂରଣ କରିଛି କଣ୍ଢେଇ

mahabharatanews

କରୋନା ଭାଇରସ: ସାନିଟାଇଜର ଓ ସାବୁନ ମଧ୍ୟରେ କେଉଁଟା ଭଲ

mahabharatanews