ଓଡିଶା

୭୦ ତମ ବି.୧.୬୧୭ ଷ୍ଟ୍ରେନ ରାଜ୍ୟରେ ଚିହ୍ନଟ

ଭୁବନେଶ୍ୱର: ଭାରତୀୟ ଷ୍ଟ୍ରେନ୍ ବି.୧.୬୧୭ ସଂକ୍ରମଣ ମାରାତ୍ମକ ସାବ୍ୟସ୍ତ ହୋଇଛି । ଏହି ଷ୍ଟ୍ରେନ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ବି.୧.୬୧୭ ଷ୍ଟ୍ରେନ ଚିହ୍ନଟର ଏହା ୭୦ ତମ ମାମଲା ହୋଇଛି । ମହାରାଷ୍ଟ୍ରରୁ ପ୍ରଥମେ ଏହି ବି.୧.୬୧୭ ଷ୍ଟ୍ରେନ ଚିହ୍ନଟ ହୋଇଥିଲା । ପରେ ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ବ୍ୟାପିଥିଲା । ଏବେ ଏହାର ପାଦଚିହ୍ନ ଓଡିଶାରେ ଦେଖିବାକୁ ମିଳିଲାଣି । ଏହି ଷ୍ଟ୍ରେନ ଅନ୍ୟ ଷ୍ଟେନଠାରୁ ଅଧିକ ସଂକ୍ରାମକ ହୋଇଥାଏ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ।
ଭାରତୀୟ ଭେରିଆଣ୍ଟ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଗୋଟିଏ ପଟେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରକୁ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ୧୫ ଉପରକୁ ରହୁଛି । ରାଜ୍ୟରେ ଲକଡାଉନ, ସଟଡାଉନ ମଧ୍ୟ କାମ କରୁ ନାହିଁ । ଏପରି ସମୟରେ ବି.୧.୬୧୭ ସଂକ୍ରମଣ ହେଲେ ସ୍ଥିତି ଅଣାୟତ ହେବା ଆଶଙ୍କା ଦେଖା ଦେଲାଣି । ତେଣୁ ଏହି ଷ୍ଟ୍ରେନର ସଂକ୍ରମଣ ରୋକିବା ଦିଗରେ ରାଜ୍ୟସରକାର ସତର୍କ ରହିଛନ୍ତି ।

 

Related posts

ହୀରାକୁଦରେ ଖୋଲିଲା ୬ଟି ଗେଟ

mahabharatanews

ପାଟଣାବ୍ଲକ ଚେମଣା ପଞ୍ଚାୟତରେ ଆଉ ୨ କରୋନା ଚିହ୍ନଟ

mahabharatanews

୧୫ ଅଗଷ୍ଟ ୨୦୨୧ରୁ ଆଜି ମଧ୍ୟରେ ୪,୮୧,୨୭୦ ଟଙ୍କା

mahabharatanews