ଓଡିଶା

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସର କଡା ଆଭିମୁଖ୍ୟ

ଲକଡାଉନରେ ଅମାନିଆଙ୍କୁ ଜଗିଛି ପୋଲିସ
ହିଞ୍ଜଳି/ରଜନୀକାନ୍ତ ପାତ୍ର: କରୋନାର ଦ୍ଵିତୀୟ ଲହର ଯେପରି ଦ୍ରୁତ ଗତିରେ ବଢିଚାଲିଛି ତାହାର ପ୍ରଭାବରେ ପ୍ରତିଦିନ ବହୁ ଲୋକ ସଂକ୍ରମିତ ହେବା ସହ ମୃତ୍ୟୁବରଣ କରୁଛନ୍ତି।ଏହି ଚେନକୁ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ୧୪ ଦିନିଆ ଲକ ଡାଉନ କରାଯାଇଛି । ଆଜିକୁ ଅଷ୍ଟମ ଦିନ ବିତିଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଟପୁର ଠାରେ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗ୍ରାମର ବିଭିନ୍ନ ଛକଗୁଡିକରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଚେକିଙ୍ଗକୁ ଜୋରଦାର କରାଯାଇଛି । ଅମାନିଆ ମାନଙ୍କ ଠାରୁ ଫାଇନ ବି ଆଦାୟ ଚାଲିଛି । ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଅମାନିଆଙ୍କୁ ପୋଲିସ ତାଗିଦ କରିବା ସହ ଫେରିଯିବା ପାଇଁ ବାଧ୍ୟ କରୁଛନ୍ତି। ରାସ୍ତା ଘାଟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଅଳ୍ପ ସଂଖ୍ୟକ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ବହୁ ଲୋକ ଲକଡାଉନ ପୂର୍ବରୁ ନିଜକୁ ପ୍ରସ୍ତୁତ କରି ନେଇଥିବା ବେଳେ ଆଜି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ କେତେକ ଲୋକ ପରିବା, ରାସନ, ଫଳ,କ୍ଷୀର, ଔଷଧ ଓ ଆମିଷ ଦୋକାନରେ ପହଞ୍ଚି ଜିନିଷ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।ଏହି ପ୍ରଥମ ପର୍ୟ୍ୟାୟ ଲକଡାଉନରେ ଯଦି ସମସ୍ତ ଜନସାଧାରଣ କୋଭିଡ଼ ନିୟମ ମାନି ଘରେ ରହିବେ ତାହେଲେ ନିଶ୍ଚୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ। ତେଣୁ ସମସ୍ତେ ଏଥିପ୍ରତି ସଚେତନ ହେଲେ ଯାଇ ଅତିଶୀଘ୍ର ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରିବ ଆଶା କରାଯାଉଛି ।

 

Related posts

ନେତାଜୀ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ମହାମାରୀ କରୋନା ଯୋଗୁଁ ସାଗର ସ୍ନାନ ବୁଡ଼ ଫିକା

mahabharatanews

୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା

mahabharatanews