ଭୁବନେଶ୍ୱର : ଏବେ ରାଜଧାନୀରେ ଡେଙ୍ଗୁ ବଢାଇଲାଣି ଚିନ୍ତା । ଡେଙ୍ଗୁ ମୁକାବଲା ପାଇଁ ବିଏମ୍ସି ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ । ଘର ଘର ବୁଲି ବିଏମସି ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନତା କରାଯାଉଛି । ବର୍ଷା ଦିନ ଶେଷ ପର୍ୟ୍ୟନ୍ତ ଏହି ସଚେତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଶୈଳୀଶ୍ରୀ ବିହାର ଓ ନୀଳାଦ୍ରି ବିହାରର ବସ୍ତି ତଥା ଅନ୍ୟ ଅଞ୍ଚଳକୁ ଫୋକସ କରାଯାଉଛି ।
ରାଜଧାନୀର ବିଭିନ୍ନ ନାଳନର୍ଦମା ସଫେଇ ସହ ଅନାବନା ଗୁଳ୍ମ ସଫା କରାଯାଉଛି । ଏହା ବ୍ୟତୀତ ବିଏମ୍ସିର ସ୍ୱତନ୍ତ୍ର ଟିମ ସହ ଡାକ୍ତରୀ ଟିମ୍ ମଧ୍ୟ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସଚେତନ କରିବେ । ଲୋକଙ୍କୁ ମଶାରି ବ୍ୟବହାର କରିବା ଓ ଘର ବାହାର ସଫା ରଖିବା, ଛାତ ଉପରେ ଅନାବଶ୍ୟକ ଟାୟାର, ପାତ୍ର ଆଦି ନ ରଖିବାକୁ ତଥା କୌଣସି ସ୍ଥାନରେ ପାଣି ଜମା ହେବାକୁ ନ ଦେବାକୁ ସଚେତନ କରାଯାଉଛି ।