ଓଡିଶା

୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା

(ଶୁଭସ୍ମିତା ଦାଶ): ଆସନ୍ତା ୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ରହିଛି । କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ବଜୁଳି ମାରିବା ମଧ୍ୟ ସମ୍ଭାବନା ରହିଛି । ତେଣୁ ୧୨ ତାରିଖ ଯାଏଁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ସକାଳ ଓ ଦିନ ସମୟରେ ଖରା ହେବାକୁ ଥିବା ବେଳେ ଉପର ବେଳା କାଳବୈଶାଖୀ ବର୍ଷ ହେବ । ଆଜି ଠାରୁ ୧୨ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା କିଛ ଦିନ ତାପମାତ୍ରା ସେତେ ପରିମାଣରେ ବଢ଼ିବ ନାହିଁ । ଆଜିଠୁ ୧୨ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ, ଆସନ୍ତା ୪ ଦିନ ପାଗ ଶୁଖିଲା ରହିବ। ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ । ତେବେ ୯ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ଘଡଘଡି କାଳବୈଶାଖୀ ର୍ବୋ ହେବ । କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେବ । କେବଳ ଏତିକି ନୁହେଁ ବର୍ଷା ସମୟରେ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

Related posts

ଓଲଟି ପଡିଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ

mahabharatanews

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

mahabharatanews

ଗନ୍ଧମାର୍ଦ୍ଦନ କୁନେଇ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନ ; ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

mahabharatanews