ଓଡିଶା

ନିଜ ଛୁଆକୁ କୁଅକୁ ଠେଲିଲା ମାଆ ! ନିଜର ଆତ୍ମହତ୍ୟା ଉଦ୍ୟମ

(ରିପୋଟର୍ସ ଟୁଡେ) ; ନିଜ ସନ୍ତାନକୁ କୁଅକୁ ଠେଲିଦେଲା ମାଆ ଆଉ ତାପରେ ନିଜେ ଆତ୍ମ ହତ୍ୟା ଉଦ୍ୟମ କଲେ ମହିଳା । ଏମିତି ଏକ ଅଭାବବନୀୟ ଦୃଶ୍ୟ ଦେଖିବାକୁ ମିଳିିଛି କନ୍ଧମାଳ ଜିଲ୍ଲା ରାଇକିଆରେ । ସୂଚନା ଅନୁଯାୟି ମହିଳାଙ୍କ ନା ଁ ହେଉଛି ଭାଗ୍ୟଲକ୍ଷ୍ମି ପାତ୍ର । ଗତକାଲି ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଏମ୍. ରାଜେଶ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଭାଗ୍ୟଲକ୍ଷ୍ମୀ ଦୁଇ ଛୁଆ (୯ ବର୍ଷର ଝିଅ ଓ ୫ ବର୍ଷର ପୁଅ)ଙ୍କୁ ଧରି ଘରୁ ପଳାଇଥିଲେ। ଆଜି ଏକ କୂଅରେ ଦୁଇ ଛୁଆଙ୍କୁ ଠେଲି ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।ଗ୍ୟଲକ୍ଷ୍ମୀଙ୍କ ଭାଇ ରାଇକିଆ ଥାନାରେ ଅଭିଯୋଗ କରିଛନ୍ତି ଯେ ରାଜେଶଙ୍କର ଅନ୍ୟ ମହିଳାଙ୍କ ସହିତ ସଂପର୍କ ଥିଲା। ସେଥିପାଇଁ ଭାଗ୍ୟଲକ୍ଷ୍ମୀ ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଭାଗ୍ୟଲକ୍ଷ୍ମୀଙ୍କୁ ରାଜେଶ ନିର୍ୟାତନା ଦେଉଥିବାରୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା ତାଙ୍କ ଭାଇ କହିଛନ୍ତି।ରାଇକିଆ ପୁଲିସ୍ ଘଟଣାର ତଦନ୍ତ କରୁଛି।

 

Related posts

ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟି

mahabharatanews

୧୬ ଦିନ ମହିଳାଙ୍କୁ ମା’ବିମଳା ମନ୍ଦିର ମନା

mahabharatanews

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

mahabharatanews