ଅପରାଧଓଡିଶା

ସାମ୍ନାକୁ ଆସିଲା ସୌମ୍ୟଙ୍କ ମନର କଥା

(ରିପୋଟର୍ସ ଟୁଡେ) ; ସୌମ୍ୟଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ନେଉଛି । ଗତ ୧୨ ତାରିିଖରେ ସୌମ୍ୟ ରଞନ ମହାପାତ୍ର ପୋଡିି ହୋଇଥିବା ଘଟଣାର ପ୍ରକୃତ ରହସ୍ୟ ପୁଲିସ ଖୋଜି ପାଉନଥିବା ବେଳେ ଆଜି ସାମ୍ନାକୁ ଅ।।ସିଛି ଆଉ ଏକ ତଥ୍ୟ । ଗତକାଲି ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ସୌମ୍ୟରଞ୍ଜନଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ଯାଞ୍ଚ କରିଥିଲେ। ଏହି ସମୟରେ ସୌମ୍ୟରଞ୍ଜନଙ୍କ ବାପା, ଭାଇ ଏବଂ ସେମାନଙ୍କ ଓକିଲ ପାର୍ଥସାରଥୀ ନାୟକ ଉପସ୍ଥିତ ଥିଲେ। ବର୍ତ୍ତମାନ ସ୍ଥିତିରେ ସୌମ୍ୟଙ୍କ ଓକିଲଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ତାଙ୍କ କହିବା କଥା ପାରିପାଶ୍ୱର୍ିକ ସ୍ଥିତିି ଦେଖିଲେ ଲାଗୁନି କି ଘର ଭିତରେ ସୌମ୍ୟ ପୋଡିହୋଇଛନ୍ତି ଏହା ଅନ୍ୟତ୍ର ହୋଇତଥିବା ସେ କହିଛନ୍ତି । ଗଜପତିି ପୁଲିସ ହାତରେ ଲାଗିଛିି ସୌମ୍ୟଙ୍କ ଲେଟର ପ୍ୟାଡ ଯାହା ସୌମ୍ୟଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇବ ବୋଲି ଆସା କରିଛି ଗଜପତି ପୁଲିସ । ତେବେ ଲେଟର ପ୍ୟାଡରେ ରହିଛି ସୌମ୍ୟଙ୍କ ମନକଥା । ‘ମୁ ବାହା ହୋଇ ଭୁଲ କରିଦେଲି ‘ମୋତେ କ୍ଷମା କରିଦବ’ ଏହି ସ୍ଥାନରେ ରହିବିନି , ମୋତେ ଅନ୍ୟତ୍ର ବଦଳିି କରାଯାଉ , ବିଦ୍ୟାଙ୍କ ସହ ମୋର ମତଭେଦ ହୋଇଛି , ଡିଭୋର୍ସ ନେବାପାଇଁ ଆମର କଥା ବାର୍ତ୍ତା ବି ସରିଛି , ଏମିତି କିଛି ଲେଖାଅଛି ସୌମ୍ୟଙ୍କ ଲେଟରପ୍ୟାଡରେ । ବିଧ୍ୟାଙ୍କ ସହ ଭଲ ସମ୍ପର୍କ ନଥିବା ଲେଖାଅଛି ଆହୁରି ମଧ୍ୟ ତୃତୀୟ ବ୍ୟକ୍ତିଙ୍କ କଥା ମଧ୍ୟ ଲେଖାଥିବା ସୌମ୍ୟଙ୍କ ଓକିଲ କହିଛନ୍ତି । ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ୧୬୧ ବୟାନ ରେକର୍ଡ କରାଯାଈଛିି । ବର୍ତ୍ତମାନ ସୁଧା ମିଳିଥିବା ତଥ୍ୟ ସୌମ୍ୟଙ୍କ ପତ୍ନ୍ି ବିଦ୍ୟାଙ୍କୁ ସନ୍ଦେହ ଘରକୁ ଟାଣି ଆଣୁଛି । ତେବେ ମିଳିଥିବା ତଥ୍ୟ ସୌମ୍ୟଙ୍କ ମୃତ୍ୟୁ ଘଟଣାରୁ ପରଦା ଉଠାଇ ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Related posts

୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

mahabharatanews

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews

ମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫ

mahabharatanews