Uncategorized

ପୁରୁଣା ମାମଲାରେ ଅଧିକାରୀଙ୍କୁ ଛନ୍ଦୁଛି ଟିଏମସି

କୋଲକାତା: ନନ୍ଦିଗ୍ରାମରୁ ବିଜେପି ଏମଏଲଏ ତଥା ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘରେ ପଶ୍ଚିମବଙ୍ଗ ସିଆଇଡି ଚଢ଼ଉ। ୩ ବର୍ଷ ପୁରୁଣା ମାମଲାକୁ ନେଇ ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲାରେ ଶୁଭେନ୍ଦୁ ଅଧିକାରୀଙ୍କ ଘରେ ଏହି ଚଢ଼ଉ ହୋଇଛି। ପୁରୁଣା ଏକ ମାମଲାକୁ ନେଇ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଟିଏମସି ବିରୋଧରେ ଅଭିଯୋଗ ଆଣିଛନ୍ତି ଅଧିକାରୀ ।
ଶନିବାର ପୂର୍ବ ମେଦିନୀପୁରରେ ଥିବା ଅଧିକାରୀଙ୍କ ବାସଭବନରେ ସିଆଇଡି ଚଢାଉ କରିଛି। ୨୦୧୮ରେ ଅଧିକାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ ଆତ୍ମହତ୍ୟା ପରେ ଉକ୍ତ ଅଫିସରଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଏବେ ମାମଲା ସିଆଇଡି ହାତକୁ ଯାଇଛି।ବୁଧବାର ଦିନ ବି ସିଆଇଡି ଅଧିକାରୀଙ୍କ ବାସଭବନରେ ପହଂଚିଥିଲା। କିନ୍ତୁ ସେତେବେଳେ ଶୁଭେନ୍ଦୁ ସେଠାରେ ନଥିଲେ।
୨୦୧୮ ମସିହାରେ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ସେହି ସମୟରେ ଶୁଭେନ୍ଦୁ ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ ଥିଲେ। ସେତେବେଳେ ଏହାକୁ ଆତ୍ମହତ୍ୟା ମାମଲା କୁହାଯାଇଥିଲା । କିଛିଦିନ ତଳେ ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ।

 

Related posts

ତାଲିବାନ ଓ ପାକିସ୍ତାନ ମିଶି କରୁଛନ୍ତି ନୂଆ ଷଡ଼ଯନ୍ତ୍ର

mahabharatanews

ସୁପ୍ରିମକୋର୍ଟଙ୍କ ତଦାରଖରେ ଦିଲ୍ଲୀ ହିଂସାର ତଦନ୍ତ ହେଉ: ସିପିଆଇ

mahabharatanews

ଖାଆନ୍ତୁ ଖୁଆନ୍ତୁ ଟେଷ୍ଟି ବ୍ରେଡ ମଲାଈ ରୋଲ

mahabharatanews