Uncategorized

ଭୟଙ୍କର ବିସ୍ଫୋରଣରେ ୩୫ ମୃତ

ବାଗଦାଦ: ଇରାକ ରାଜଧାନୀ ବାଗଦାଦରେ ଭୟଙ୍କର ବିସ୍ଫୋରଣ । ସୋମବାର ଏହି ବିସ୍ଫୋରଣ ହୋଇଛି । ବାଗଦାଦ ରାସ୍ତା କଡ଼ରେ ଏହି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଅନ୍ୟୁନ ୩୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ରୁ ଅଧିକ ଲୋକ ଆହତ ହୋଇ ଥିବା ସେଠାକାର ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଇଦ୍-ଉଲ୍-ଅଦାର ପର୍ବ ପାଳନ ହେବାକୁ ଥିବା ବେଳେ ଏହି ପର୍ବ ପାଇଁ ଲୋକଙ୍କର କିଣାବିକା ଚାଲିଛି । ଏପରି ସମୟରେ ଇରାକର ମୁଖ୍ୟ ସହରର ଏକ ଜନପୂର୍ଣ୍ଣ ବଜାରରେ ବିସ୍ଫୋରଣ ହୋଇଛି ।
ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଇସଲାମିକ୍ ଷ୍ଟେଟ୍ ପୂର୍ବରୁ ଏହି ଅଞ୍ଚଳରେ ପୂର୍ବରୁ ହୋଇଥିବା ଏଭଳି ଆକ୍ରମଣ ପାଇଁ ନିଜକୁ ଦାୟୀ କରିସାରିଛି। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତଫା-ଅଲ୍ କଦିମି ମାର୍କେଟ୍ ଫେଡେରାଲ୍ ପୁଲିସ୍ ରେଜିମେଣ୍ଟର କମାଣ୍ଡରଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ତୃତୀୟ ଥର ପାଇଁ ମାର୍କେଟରେ ଏଭଳି ବିସ୍ଫୋରଣ ଘଟିଛି।

 

Related posts

ଦେଶରେ ଗୋଟିଏ ଦିନରେ କରୋନାଜନିତ ମୃତ୍ୟୁ ୪୬୫

mahabharatanews

ଯବାନଙ୍କ ଆତଙ୍କ: ୨୦୦ ରାଉଣଡ ଗୁଳି ଚଳାଇ ଖେଳାଇଲେ ଭୟ

mahabharatanews

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

mahabharatanews