Uncategorized

ମାୟାନଗରୀକୁ ରେଡ ଆଲର୍ଟ

ମୁମ୍ବାଇ(ମହାଭାରତ ଲାଇଭ): ମାୟାନଗରୀ ମୁମ୍ବାଇକୁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗର ଆଞ୍ଚଳିକ କେନ୍ଦ୍ର ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି । ଏହା ପୂର୍ବରୁ ପାଣିପାଗ ବିଭାଗ ଏହାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା କିନ୍ତୁ ଅନୁକୂଳ ସମସାମୟିକ ଅବସ୍ଥା ଯୋଗୁଁ ଆଜି ଏହାକୁ ରେଡ ଆଲର୍ଟରେ ପରିବର୍ତ୍ତନ ହୋଇଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଡକ୍ଟର ଜୟନ୍ତ ସରକାର କହିଛନ୍ତି ।
ଆଜି ଏବଂ ଆଗାମୀ କିଛି ଦିନ ମଧ୍ୟରେ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଦକ୍ଷିଣ ଗୁଜୁରାଟ ଉପକୂଳରୁ କର୍ଣ୍ଣାଟକ ଉପକୂଳ ପର୍ଯ୍ୟନ୍ତ ନିମ୍ନ ଚାପ ଅଞ୍ଚଳରୁ ବର୍ଷାର ତୀବ୍ରତା ବଢିବ ବୋଲି ଅନୁମାନ କରାଯାଉଛି । ଗତ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ନ ହେଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ବିଏମସି । କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ତଥା ପବନର ବେଗ ଘଣ୍ଟା ପ୍ରତି ୪୫-୫୦ କିଲୋମିଟରରୁ ୬୦ କିମି ହୋଇପାରେ ବୋଲି ଆଶଙ୍କା ରହିଛି ।

Related posts

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁୁତ୍ତ

mahabharatanews

ଶେଷରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ଭତ୍ତା

mahabharatanews

ଇନଷ୍ଟାଗ୍ରାମରେ ଡ଼େବ୍ୟୁ କଲେ କରୀନା

mahabharatanews